ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଗୁରୁତର

ବର୍ଷ ଶେଷ ବେଳକୁ ପୁରୀ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ବ୍ରହ୍ମଗିରି ପଲଙ୍କର ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୁ ଓରଫ୍ ସନ୍ତୋଷ ବାରିକ ଗୁରୁତର ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।

ପୁରୀ(କେନ୍ୟୁଜ):  ବର୍ଷ ଶେଷ ବେଳକୁ ପୁରୀ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ବ୍ରହ୍ମଗିରି ପଲଙ୍କର ଦୁର୍ଦ୍ଧାନ୍ତ ଅପରାଧୀ ସନ୍ତୁ ଓରଫ୍ ସନ୍ତୋଷ ବାରିକ ଗୁରୁତର ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଗତ ମାସ ୨୯ ତାରିଖରେ ବ୍ରହ୍ମଗିରି ଚଣ୍ଡୀପୁଟ ଛକରେ ଏକ ଦୁର୍ଘଟଣାରେ ମାମଲାରେ ସେ ସେହି ଅଞ୍ଚଳର ସୁବଳ ସାହୁଙ୍କ ଘରକୁ ବନ୍ଧୁକ ଧରି ପଶିଥିଲା।

ତାଙ୍କ ବୋହୂ ଝିଲ୍ଲୀ ସାହୁକୁ ଗୁଳିମାଡ କରି ଫେରାର ଥିଲା। ପୁରୀ ଏସପିଙ୍କ ନିର୍ଦ୍ଧେଶ କ୍ରମେ ସଦର,ବ୍ରହ୍ମଗିରି ଥାନା ପୋଲିସର ଏକ ଟିମ୍ ଗଠନ କରି ତାକୁ ଗିରଫ ପାଇଁ ପୋଲିସ ଖୋଜୁଥିଲା। ଆଜି ସେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗିରଳ ଛକରେ ବନ୍ଧୁକ ଧରି ବୁଲୁଥିବା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ପୋଲିସକୁ ଦେଖି ପ୍ରଥମେ ସେ ଗୁଳିମାଡ କରିଥିଲା। ପରେ ପୋଲିସ ସନ୍ତୁ ଓରଫ୍ ସନ୍ତୋଷ ବାରିକକୁ ଏନକାଉଣ୍ଟର କରିଛି।

ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତା’ ଠାରୁ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି। ସନ୍ତୋଷ ନାମରେ ବ୍ରହ୍ମଗିରୀ ଥାନାରେ ଦୁଇଟି ମାମଲା ରହିଛି। ଗୁରୁତର ଅବସ୍ଥାରେ ସନ୍ତୋଷକୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି। ଅପରାଧ ନଛାଡ଼ିଲେ ଅପରାଧୀଙ୍କୁ ଏଭଳି ଗିରଫ କରାଯାଇ ଉଚିତ୍ ଦଣ୍ଡ ଦିଆଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.