୧୬ ବର୍ଷର ବାଳକ ହ୍ଯାକ କଲା ଆପଲ ସର୍ଭର, ଆଶ୍ଚର୍ଯ୍ଯ ଲାଗିଲେ ବି ସତ !

ଆମେ ଜାଣିଛୁଯେ ଟେକ୍ନୋଲୋଜି କମ୍ପାନୀ ଆପଲ୍ ସର୍ଭର ବହୁତ ସୁରକ୍ଷିତ, କିନ୍ତୁ ଏକ ୧୬ ବର୍ଷର ବାଳକ ଆପଲ୍ ସର୍ଭରକୁ ହ୍ୟାକ୍ କରି ଆପଲର ଗ୍ରାହକଙ୍କ ୯୦ଜିବି ଡାଟା ଚୋରି କରି ନେଇଛି। ଆଶ୍ଚର୍ୟ୍ୟର କଥା ଏହା ଏହା ଯେ ବଡ ବଡ ହ୍ୟାକର୍ସ ମଧ୍ୟ ଆପଲ୍ ସର୍ଭରକୁ ହ୍ୟାକ୍ କରିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି, ଯାହା ଏହି ୧୬ ବର୍ଷର ବାଳକ କରି ପାରିଛି।
ସୂଚନା ଅନୁଯାୟୀ ଅଷ୍ଟ୍ରେଲିୟାର ଏକ ୧୬ ବର୍ଷର ବାଳକ ଆପଲ୍ ସର୍ଭରକୁ ହ୍ୟାକ୍ କରିଥିଲା। ହ୍ୟାକିଙ୍ଗ କରିବା ସମୟରେ ସେ ନିଜର ପରିଚୟ ଲୁଚାଇବା ପାଇଁ ଭିପିଏନର ବ୍ୟବହାର କରିଥିଲା। କିନ୍ତୁ ଆପଲ କମ୍ପାନୀ ବାଳକର ଲାପଟପର ସିରିୟଲ ନମ୍ବରକୁ କବଜା କରିନେଇଛି। ଏହାପରେ ପୋଲିସ ଦୁଇଟି ଲାପଟପ୍, ହାର୍ଡ ଡ୍ରାଇଭ ଏବଂ ମୋବାଇଲ ଜବତ କରିଛି। ନାବାଳକ ହୋଇଥିବା କାରଣରୁ ସେହି ବାଳକର ନାମକୁ ଗୋପନ ରଖାଯାଇଛି।
ଆଶ୍ଚର୍ୟ୍ୟର କଥା ଏହାଯେ ବାଳକଟି ସର୍ଭରରେ ଡାଟା ଚୋରି କଲାପରେ ଫାଇଲକୁ ହ୍ୟାକ୍, ହ୍ୟାକ୍, ହ୍ୟାକ୍ ନାମକ ଏକ ଫୋଲ୍ଡର ବନାଇ ସେହି ଫୋଲ୍ଡରରେ ଡାଟାକୁ ରିଷ୍ଟୋର ମଧ୍ୟ କରି ଦେଇଥିଲା। ହ୍ୟାକ୍ କରିବା ପରେ ସେ କିଛି କିଜ୍ ବାହାର କରି ୟୁଜର୍ସଙ୍କର ଲଗଇନ୍ ଆଇଡି ଏବଂ ପାସୱାର୍ଡ ମଧ୍ୟ ଦେଖିଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ସେ କେଉଁ ପ୍ରକାରର ଡାଟା ଚୋରି କରିଛି।
ବାଳକର ଓକିଲଙ୍କ କହିବାନୁଯାୟୀ ସେ ଆପଲର ବହୁତ ବଡ ପ୍ରଶଂସକ ଏବଂ ସେ ଏହି କମ୍ପାନୀରେ କାମ କରିବା ପାଇଁ ଚାହୁଁଛି। ଆପଲ ଏହି ମାମଲାକୁ ଲୋକଲୋଚନକୁ ଆଣିବାକୁ ଚାହୁଁ ନ ଥିବାରୁ ଏହା ଉପରେ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ପ୍ରତିକ୍ରୀୟା ରଖି ନାହାନ୍ତି। କୋର୍ଟ ବାଳକକୁ ଦୋଷୀ ସାବ୍ୟସ୍ତ କରିଛି, କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଦଣ୍ଡ ବିଧାନର ଘୋଷଣା କରାଯାଇନାହିଁ।