Below header

Samsung Galaxy M21 ଫୋନ ଆଜି ହିଁ କିଣନ୍ତୁ, ପରବର୍ତ୍ତୀ ମାସରେ ପଇସା ଦିଅନ୍ତୁ

Samsung Galaxy M21 କମ୍ପାନୀର ସବୁଠାରୁ ଅଧିକ କ୍ଷମତାସମ୍ପନ୍ନ ଫୋନ। ଏବେ ଏହି ଫୋନରେ ମିଳୁଛି ସ୍ପେଶାଲ ଡିସକାଉଣ୍ଟ। କମ୍ପାନୀ ଏହି ଫୋନରେ ସୁପର ଏମୋଳେଡ ଡିସପ୍ଲେ ଓ ଓ୍ଵାଟାମନଷ୍ଟର ଟ୍ୟାଗଲାଇନସହିତ ଲଞ୍ଚ କରିଛି। ଆମାଜନ ଇଣ୍ଡିଆ ଅନଲାଇନ ସାଇଟରେ ଏହି ସ୍ମାର୍ଟଫୋନ ମାତ୍ର ୧୨, ୬୯୯ ଟଙ୍କାରେ ମିଳୁଛି। ଏହାଛଡା ଅନେକ ସ୍ୱତନ୍ତ୍ର ଡିଲ୍‌ର ଫାଇଦା ମଧ୍ୟ ଉଠାଇପାରିବେ।

phone

ଏହି ଫୋନ ସାମସଙ୍ଗର ଅଫିସିଆଲ େଓ୍ଵବସାଇଟ୍‌ରେ ୧୩,୧୯୯ ଟଙ୍କା ରହିଥିବା ବେଳେ ଆମାଜନରେ ଏହା ୧୨, ୬୯୯ ଟଙ୍କାରେ ମିଳୁଛି। ଏହାଛଡା ଆମାଜନରୁ ଫୋନ କିଣିବାରେ ନୋ କଷ୍ଟ ଇଏମଆଇର ଅପସନ ମଧ୍ୟ ରହିଛି। ଯଦି ଆପଣ ଫୋନ ଏକ୍ସଚେଞ୍ଚ କରି କିଣୁଛନ୍ତି , ତେବେ ୭,୪୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳୁଛି। ଯଦି ଆପଣ ଆମାଜନ ୟୁପିଆଇ ଜରିଆରେ ପେମେଣ୍ଟ କରୁଛନ୍ତି ତେବେ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମଧ୍ୟ ମିଳୁଛି। ସବୁଠାରୁ ଖାସ କଥା, ଆମାଜନରେ ପେ ଲାଟର ସର୍ଭିସ ଯୋଗୁଁ ଆପଣ ବିନା ପଇସା ଦେଇ ଫୋନ ନେଇପାରିବେ ଏବଂ ଅଲଗା ମାସରେ ଇଏମଆଇରେ ପଇସା ଦେଇପାରିବେ।

ss

ଏହି ଫୋନର ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ଭରିଅଣ୍ଟର ମୂଲ୍ୟ ୧୩,୧୯୯ ରହିଥିବା ବେଳେ ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ମୂଲ୍ୟ ୧୫,୪୯୯ ଟଙ୍କା ରହିଛି। ସେହିପରି ଆମାଜନ ଇଣ୍ଡିଆରେ ୪ ଜିବି ଫୋନର ମୂଲ୍ୟ ୧୨,୬୯୯ ଟଙ୍କା ରହିଥିବା ବେଳେ ୬ ଜିବି ରାମ ଫୋନର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି।

ଫୋନରେ ୬.୪ ଇଞ୍ଚର ଫୁଲଏଚଡି+ ସୁପର ଏମୋଲେଡ ଡିସପ୍ଲେ ସହିତ ୨.୩ ଗେଗାହର୍ଟଜ ଅକ୍ଟା କୋର ପ୍ରୋସେର ଦିଆଯାଇଛି। ଫୋନରେ ୪୮ ମେଗାପିକ୍ସେଲ ପ୍ରାଇମେରୀ, ୮ ମେଗାପିକ୍ସେଲ ଏବଂ ୫ ମେଗାପିକ୍ସେଲ, ୩ ମୋଗାପିକ୍ସେଲ କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.