ସୀମାରେ ଚୀନକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଭାରତ, ସେନା କମାଣ୍ଡର ମାନଙ୍କ ସହ ବୈଠକ କରୁଛନ୍ତି ସେନାଧ୍ୟକ୍ଷ

ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିବା କାରଣରୁ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରବନେଙ୍କ ଅଧ୍ୟକ୍ଷତାରେ ସେନା ପ୍ରମୁଖ ମାନଙ୍କୁ ନେଇ ଏକ ଦୁଇ ଦିନିଆ ସମ୍ମେଳନ ଆୟୋଜନ କରାଯାଇଛି । ଏହି ବୈଠକରେ ତିନି ସେନାର ଶୀର୍ଷ କମାଣ୍ଡର ମାନେ ସାମିଲ ହୋଇଛନ୍ତି । ଏହି ବୈଠକରେ ଚିନର ଆକ୍ରମଣାତ୍ମକ ବ୍ୟବହାର ସମେତ ସମସ୍ତ ସୁରକ୍ଷା ଜନିତ ମାମଲା ଉପରେ ଚର୍ଚ୍ଚା କରାଯିବ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି, ଲଦାଖର ପୂର୍ବବର୍ତ୍ତୀ ଅଂଚଳ ମାନଙ୍କରେ କିଛି ଦିନ ହେବ ଭାରତ ଓ ଚୀନ ସୈନ୍ୟଙ୍କ ଭିତରେ ବିବାଦ ଲାଗି ରହିଛି ।

ଏବାବଦରେ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛିକି, ଚିନ ସୀମା ଅଞ୍ଚଳ ମାନଙ୍କରେ ହେଉଥିବା କୌଣସି ନିର୍ମାଣାଧିନ କାର୍ଯ୍ୟରେ ଭାରତ ହସ୍ତକ୍ଷେପ କରିବ ନାହିଁ । କିନ୍ତୁ ଯଦି ଚୀନ କୌଣସି ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ କରେ ତେବେ ତାହାକୁ ଉଚିତ ଜବାବ ଦିଆଯିବ । ଚିନ ସୈନିକଙ୍କ ସହ ସମାନ ଅଙ୍କର ସୈନ୍ୟ ମାନଙ୍କୁ ମୁତୟନ କରାଯିବ ।ସୂତ୍ରରୁ ଜଣା ଯାଇଛିଯେ, ଦୁଇ ଦିବସୀୟ ଏହି ବୈଠକରେ ଶୀର୍ଷ ସୈନ୍ୟ ଅଧିକାରୀ ମାନେ ଅନ୍ୟ ସୁରକ୍ଷା ଜନିତ ମାମଲା ନେଇ ମଧ୍ୟ ଚର୍ଚ୍ଚା କରିବେ । କହିରଖିବା ଉଚିତ ହେବଯେ, ବିଭିନ୍ନ ଏ ସ୍ଥାନରେ ଚୀନ ତରଫରୁ ପ୍ରାୟ ୫୦୦୦ ରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.