Below header

ଏବେ ମୋବାଇଲ ଆପ କହିବ କେଉଁଠି ଅଛି ଏଟିଏମ ଏବଂ କେଉଁ ଏଟିଏମରେ ଅଛି ପଇସା, ଏପରି କରନ୍ତୁ ବ୍ୟବହାର

ଅନେକ ଥର ଏପରି ହୋଇଥାଏ ଯେ ଆପଣ କୌଣସି ଏଟିଏମକୁ ପଇସା ଉଠାଇବା ପାଇଁ ଯାଇଛନ୍ତି କିନ୍ତୁ ସେଠାରେ ପହଂଚିବା ପରେ ଆପଣ ଜାଣିବାକୁ ପାଇବେ ଯେ ଏଟିଏମରେ ପଇସା ନାହିଁ । ଏପରିସ୍ଥଳେ ସମୟ ନଷ୍ଟ ହେବା ସହିତ ଆପଣଙ୍କୁ ଅନ୍ୟଏକ ଏଟିଏମ ମେସିନ ଖୋଜିବାକୁ ପଡିଥାଏ । ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ଏବେ ମୋବାଇଲରେ ଆସିଯାଇଛି ଏକ ଏପରି ଆପ ଯାହା ଆପଣଙ୍କୁ ଜଣାଇବ ନିକଟରେ କେଉଁଠି ଏଟିଏମ ଅଛି ଏବଂ କେଉଁ ଏଟିଏମରେ ପଇସା ଅଛି । ତାହେଲେ ଆସନ୍ତୁ ଜାଣିବା ସେହି ଆପ ବିଷୟରେ ।

ATM LOCATOR

ଏହି ଆପର ନାମ ହେଉଛି ଏଟିଏମ୍ ଲୋକେଟର । ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ । ଏହି ଆପ ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ନିକଟରେ କେଉଁଠି ଏଟିଏମ ଅଛି । ସବୁଠାରୁ ଖାସ କଥା ହେଉଛି ଏହି ଆପ ଭାରତ ବାହାରେ ମଧ୍ୟ କାମ କରିଥାଏ । ଏହି ଆପରେ ମ୍ୟାପ ଦ୍ୱାରା ଏଟିଏମର ଲୋକେସନ ଦେଖାଇଥାଏ ।

U-ATM Union Bank of India

u-atm

ଏହା ୟୁନିୟନ ବ୍ୟାଙ୍କର ଏଟିଏମ ଲୋକେଟର ଆପ । ଏହି ଆପ ସାହାଯ୍ୟରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଆଖପାଖରେ କେଉଁଠି ଏଟିଏମ ଅଛି ଏବଂ କେଉଁ ଇଟିଏମରେ ପଇସା ଅଛି । ଏହି ଆପ ଆପଣଙ୍କ ଶେଷ ଉଠାଣ ଆଧାରରେ ଏଟିଏମର ପରାମର୍ଶ ଦେଇଥାଏ ଏବଂ ଏହି ଆପ ୦-୧୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଏଟିଏମ ବିଷୟରେ ସୂଚନା ଦେଇଥାଏ । ଆପ ମଧ୍ୟରେ ଯେଉଁ ଏଟିଏମରେ ସବୁଜ ଚିହ୍ନ ରହିଥାଏ ସେହି ଏଟିଏମରେ ପଇସା ରହିଥାଏ । ଯାହା ସାହାଯ୍ୟରେ ଆପଣ ୟୁନିୟନ ବ୍ୟାଙ୍କର ନିକଟସ୍ଥ ବ୍ରାଞ୍ଚ ମଧ୍ୟ ସର୍ଚ୍ଚ କରିପାରିବେ । ଏହି ଆପ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରେ ମିଳିଯିବ ।

ଏହାସହ ପଢନ୍ତୁ ସାପ କାମୁଡ଼ିଲେ କ’ଣ କରିବେ, ଏହି ମୋବାଇଲ୍‌ ଆପ୍‌ ଦେବ ଇନ୍‌ଷ୍ଟାଣ୍ଟ ସଲ୍ୟୁସନ୍‌

SBI Finder

sbi finder

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ନିଜର ଗ୍ରାହକମାନଙ୍କ ସୁବିଧା ପାଇଁ SBI Finder ନାମକ ଏକ ଆପ ଲାଞ୍ଚ କରିଛି । ଏହି ଆପ ଦ୍ୱାରା ଆପଣ ଏସବିଆଇର ଏଟିଏମ ବିଷୟରେ ସୂଚନା ପାଇପାରିବେ । ଏହି ଆପ କହିବା କେଉଁ ଏଟିଏମ କାମ କରୁଛି ଓ କେଉଁଟି ନୁହେଁ । କେବଳ ସେତିକି ନୁହେଁ ଆପଣ ଏହି ଆପ ସାହାଯ୍ୟରେ ଏଟିଏମର ଲୋକେସନ ମଧ୍ୟ ସର୍ଚ୍ଚ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.