Below header

ଉଦ୍ଧତ ପ୍ରେମିକର ଉନ୍ମତ୍ତକାଣ୍ଡ, ସେଲଫିକୁ ପ୍ରତିବାଦ କରିବାରୁ ଯୁବତୀଙ୍କୁ ନିସ୍ତୁକ ମାଡ଼

ବାଲିଗୁଡ଼ା (କେନ୍ୟୁଜ୍) : ଉଦ୍ଧତ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଯୁବତୀଙ୍କ ଅଜାଣତରେ ସେଲଫି ନେଇ ପ୍ରତିବାଦ ହେବା ପରେ ବିଚ ରାସ୍ତାରେ ଯୁବକଙ୍କ ନିସ୍ତୁକ ମାଡ଼। ପରେ ଯୁବକଙ୍କ ପରିବାର ଲୋକ ମଧ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ାର କେ. ବଲାଙ୍ଗ ଥାନା ଅଞ୍ଚଳରେ। କୁଡୁପାକିଆ ଗାଁର ଜଣେ ଯୁବତୀ ହାଟପଦା ସାହି ବଜାର ଆସିଥିବା ବେଳେ ବ୍ରହ୍ମା ନାୟକ ନାମକ ଯୁବକ ତାଙ୍କ ଅଜାଣତରେ ସେଲଫି ଉଠାଇଥିଲେ।

girlଏହା ଜାଣିବା ପରେ ଯୁବତୀ ଜଣକ ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଯୁବକଙ୍କ ପରିବାର ଲୋକ ମଧ୍ୟ ମାଡ଼ ମାରିଥିଲେ। ଘଟଣା ପରେ କିଛି ମହିଳା ଯୁବତୀଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲିଗୁଡ଼ା ପୋଲିସ ଅଭିଯୁକ୍ତ ଯୁବକ ଓ ତାଙ୍କ ମାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.