ଭଦ୍ରକ : ଏକତରଫା ପ୍ରେମର କରୁଣ ପରିଣତି, ବାପା ଓ ଝିଅକୁ ଭୁଜାଲିରେ ହାଣିଲେ ଯୁବକ

ଭଦ୍ରକ (କେନ୍ୟୁଜ୍) : ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ବାପା ଝିଅକୁ ମରଣାନ୍ତକ ଆକ୍ରମଣ। ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକତରଫା ପ୍ରେମକୁ ନେଇ ଭଦ୍ରକ ବନ୍ତ ଥାନା ଦୋଳ ପର୍ବ ଅଞ୍ଚଳରେ ଏହି ଉନ୍ମତ୍ତକାଣ୍ଡ ଘଟିଛି। ଗତକାଲି ରାତିରେ ବାପା , ଝିଅ ଟ୍ରେନରୁ ଭୁବନେଶ୍ୱର ଆସି କେନ୍ଦୁଆପଦା ଷ୍ଟେସନରେ ଓହ୍ଲାଇଥିଲେ। ପରେ ସ୍କୁଟିରେ ନିଜ ଗାଁକୁ ଫେରୁଥିବାବେଳେ ଡାଳିମ୍ବ ଗଡିଆଛକ ନିକଟରେ ଜଣେ ଯୁବକ ସେମାନଙ୍କୁ ଅଟକାଇ ଝିଅକୁ ଜବରଦସ୍ତ ଉଠାଇ ନେଉଥିଲେ। ବାପା ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ଭୁଜାଲିରେ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.