Below header

ସାରା ଅଲ୍ଲୀ ଖାନଙ୍କୁ ଫ୍ୟାନ ମାଗିଲେ ଆଟୋଗ୍ରାଫ ତ ଅଭିନେତ୍ରୀ କଲେ ଆଲିଙ୍ଗନ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଚଳଚ୍ଚିତ୍ର ସହିତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ ମାନଙ୍କର ମନ ଜିତିନେଇଥାନ୍ତି । ନିକଟରେ ସାରା ଅଲି ଖାନଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିନେତ୍ରୀଙ୍କୁ ଫ୍ୟାନ୍ସ ମାନେ ଘେରିଯାଇଥିବା ଦେଖିବାକୁ ମିଳିଛି । ଏହାମଧ୍ୟରେ ଜଣେ ଫ୍ୟାନ ତାଙ୍କୁ ଅଟୋଗ୍ରାଫ ଦେବାକୁ କହୁଛନ୍ତି ଏବଂ ଅଟୋଗ୍ରାଫ ଦେବାପରେ ଅଭିନେତ୍ରୀ ଜଣକ ତାଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ସାରା ଅଲ୍ଲୀ ଖାନ ଙ୍କର ଏଭଳି କ୍ୟୁଟ ଷ୍ଟାଇଲ ଦେଖି ଫ୍ୟାନ୍ସ ମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

 

View this post on Instagram

 

Wrote autograph and Instagram crashed 😿😿😿 #saraalikhan

A post shared by Viral Bhayani (@viralbhayani) on

ସାରା ଅଲ୍ଲୀ ଖାନଙ୍କର ଏହି ଭିଡିଓ ବିରଲଭୟନି ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ ଏବଂ ଏହି ଭିଡିଓ ସାରାଙ୍କ ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି । ଅଭିନେତ୍ରୀ ସାରା ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ଇଣ୍ଟରନେଟରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରଲ ହୋଇଥାଏ କିନ୍ତୁ ବର୍ତ୍ତମାନର ଏହି ଭିଡିଓ ତାଙ୍କର ଫ୍ୟାନ ମାନଙ୍କ ପାଖରେ ଛାଇ ଯାଇଛି ।

 

ଏହାସହ ପଢନ୍ତୁ ଡ୍ୟାନ୍ସ ଷ୍ଟେପ ଶିଖାଇଦେବା ପାଇଁ କାର୍ତ୍ତିକ ଆର୍ୟାନଙ୍କୁ ଅନୁରୋଧ କଲେ ଦୀପିକା ପାଦୁକୋନ

ସୂଚନା ଅନୁଯାୟୀ ସାରା ଅଲ୍ଲି ଖାନ ନିକଟରେ ‘ଲଭ ଆଜକାଲ 2’ ଏବଂ ‘କୁଲି ନମ୍ବର 1’ ଜରିଆରେ ପରଦା ଉପରେ ଧମାଲ କରିବାକୁ ଯାଉଛନ୍ତି । ଯଦିଓ କୁଲି ନମ୍ବର 1ରେ ସାରା ବରୁଣ ଧାୱନଙ୍କ ସହିତ ନଜର ଆସୁଥିବା ବେଳେ ଅନ୍ୟପଟେ ଲଭ ଆଜକାଲ 2ରେ କାର୍ତ୍ତିକ ଆର୍ୟାନଙ୍କ ସହ ଦେଖିବାକୁ ମିଳିବେ । ଏହା ପୂର୍ବରୁ ସାରା ଅଲ୍ଲୀ ଖାନ କେଦାରନାଥ ଓ ସିମ୍ବା ଜରିଆରେ ଦର୍ଶକ ମାନଙ୍କ ମନ ଜିତିନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.