Below header

୭୯ ଲକ୍ଷ ଟଙ୍କାର ହେଡ଼ଫୋନ, ଯେଉଁଥିରେ ଲାଗିଛି ୭୫୦ ଗ୍ରାମ ସୁନା

ହେଡ ଫୋନ ପୁଣି ୭୯ ଲକ୍ଷ, ବିଶ୍ୱାସ ହେଉନି ନା । କିନ୍ତୁ ସତ, ନିକଟରେ ଏମିତି ଏକ ହେଡ଼ ଫୋନ ଲଞ୍ଚ କରାଯାଇଛି ଯାହାର ମୂଲ୍ୟ ହଜାର ନୁହେଁ ଲକ୍ଷରେ ରଖାଯାଇଛି । ରୁଷ ସ୍ଥିତ ଏକ ଲଗଜ୍ଜରି ଗୟାଜେଟସ କମ୍ପାନୀ “କେବିୟର” ଏମିତି ଏକ ଦାମୀ ହେଡ଼ଫୋନ ଲଂଚ କରିଛି । ସୂଚନା ଦେବା ଯୋଗ୍ୟକି, ମ୍ୟାକ୍ସ କମ୍ପାନୀ ସହିତ ମିଳିତ ଭାବରେ ଏହି ହେଡ଼ଫୋନ ନିର୍ମାଣ କରିଛି କମ୍ପାନୀ । ଯାହାର ମୂଲ୍ୟ କମ୍ପାନୀ ପକ୍ଷରୁ ୧
ଲକ୍ଷ ୮ ହଜାର ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୭୯ ଲକ୍ଷ ଟଙ୍କା ରଖାଯାଇଛି ।

ସୂଚନା ଦେଉଛୁକି, “କେବିୟର” ଏଥିରେ ୭୫୦ ଗ୍ରାମ ସୁନା ସମେତ ଦୁର୍ଲଭ କୁମ୍ଭୀର ଚମଡ଼ା ବ୍ୟବହାର କରିଛନ୍ତି । ଏହାର ଇୟର କପ ଦୁଇଟି ଉପରେ ସୁନାର ଆସ୍ତରଣ ଦିଆଯାଇଛି । ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ଲଞ୍ଚ ହୋଇଥିବା ସ୍ମାର୍ଟଫୋନରେ ସୁନା, ହୀରା ଆଦିର ବ୍ୟବହାର କରିଥିଲା କମ୍ପାନୀ ।

headphone

କମ୍ପାନୀ ପକ୍ଷରୁ ଏହାର ନାଁ Apple AirPods Max ରଖାଯାଇଛି । ଭାରତୀୟ ବଜାରରେ ଏହାର ବିକ୍ରି ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଯାଇଛି । ସୂଚନା ମୁତାବକ ଅନଲାଇନ, ଅଫଲାଇନ ଉଭୟ ଥିରେ ଏହାକୁ ଗ୍ରାହକ ମାନେ କିଣିପାରିବେ । ଚାରଜିଙ୍ଗ ପାଇଁ ଏହି ହେଡ଼ ଫୋନରେ ଲାଇଟନିଙ୍ଗ ୟୁଏସବି ସି ପୋର୍ଟ ଦିଆଯାଇଛି । ଏହା ବାଦ ଏହି ୱେୟାରଲେସ ହେଡ଼ଫୋନରେ ହାଇ ଫିଡ଼ଲିଟି ଅଡିଓ ଦିଆଯାଇ ଥିବା ନେଇ କମ୍ପାନୀ ପକ୍ଷରୁ ଦାବି ହୋଇଛି । ଏହାବାଦ ଆଲୁମିନିୟମ ଇୟରଫୋନ ସମେତ ଷ୍ଟିଲ ମ୍ୟାଟେରିଆଲ ବ୍ୟବହାର କରାଯାଇଛି ।

ଏଥିରେ ୪୦ ଏମଏମ କଷ୍ଟମ ଡେନୋମିକ ଡ୍ରାଇଭର ବ୍ୟବହାର କରାଯାଇଥିବା ବେଳେ ଏହା ସହ ଆପଲ H1 ଚିପ ବି ରହିଛି । ଏଥିରେ ୯ଟି ମାଇକ୍ରୋଫୋନ ଦିଆଯାଇଥିବା ବେଳେ ଏଥିରୁ ୮ ଟିରେ ନାଇଟ କ୍ୟାନସେଲେସନର ସୁବିଧା ରହିଛି । ଏଥିରେ ଗୋଟିଏ ବଟନ ଥିବା ବେଳେ କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁ ଟୁଥ ୫ ବ୍ୟବସ୍ଥା ରହିଛି । ଏସବୁ ବ୍ୟତୀତ ଆପଲର ଏହି ହେଡ଼ଫୋନରେ ଡ଼ାଈନୋମିକ ହେଡ଼ ଟ୍ରାକିଙ୍ଗ ସୁବିଧା ରହିଛି | ଯାହାକି ଏକସେଲେରୋ ମିଟର ଓ ଗାୟୋରୋସ୍କୋପ ସାହାଯ୍ୟରେ କାର୍ଯ୍ୟ କରିଥାଏ । ଏହା ମୁଭମେଣ୍ଟ ଆଧାରରେ ରିୟଲ ଟାଇମ ଅଡିଓକୁ ଅପଟିମାଈଜ କରିଥାଏ । ଏଥିରେ ଏକ ଅପ୍ଟିକାଲ ପୋଜିସନସେନ୍ସର ବି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.