ଆଜି ଠାରୁ ବଦଳି ଯାଉଛି ଏହି ୧୦ ନିୟମ, ଆପଣଙ୍କ ଜୀବନ ଏବଂ ପକେଟ ଉପରେ ପଡ଼ିବ ଏହାର ପ୍ରଭାବ

୨୦୨୧ ନୂଆ ବର୍ଷ ଆରମ୍ଭ ସହ ପ୍ରଥମ ଦିନରୁ ହିଁ ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ । ଅର୍ଥାତ୍‌ ଏହି ପରିବର୍ତ୍ତନ ଆପଣଙ୍କ ଜୀବନ ଏବଂ ପକେଟ୍‌ ଉପରେ ପ୍ରଭାବ ପକାଇବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ଷ ପ୍ରଥମ ଦିନରୁ ଅର୍ଥାତ ୧ ଜାନୁଆରୀରୁ ବ୍ୟାକିଙ୍କ ଠାରୁ ନେଇ ବୀମା ପର୍ଯ୍ୟନ୍ତର ଅନେକ ନିୟମ ବଦଳିଯାଉଛି। ଏହାବ୍ୟତୀତ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହି ପରିବର୍ତ୍ତନ ହେବାକୁ ଯାଉଛି। ତାହେଲେ ଆସନ୍ତୁ ଜାଣିବା କେଉଁ ସବୁ ନିୟମ ବଦଳିବ।

ବଢ଼ିଲା ଗ୍ଯାସ ସିଲିଣ୍ଡର ଦାମ୍

ଏହି ମହଙ୍ଗା ଅଣ ସବସିଡି ଏବଂ କର୍ମସିଆଲ ଗ୍ଯାସ ସିଲିଣ୍ଡରରେ ହୋଇଛି। କିନ୍ତୁ ଏବେ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମ୍ ବଢିନାହିଁ। କିନ୍ତୁ କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମକୁ ବଢାଇଦିଆଯାଇଛି। IOC ୱେବସାଇଟ ମତୁବାକ, ୧୯ କିଲୋ କର୍ମସିଆଲ ଗ୍ଯାସ ସିଲିଣ୍ଡରର ଦାମ୍ ବଢାଇଦିଆଯାଇଛି। ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ନୂଆ ଦାମ୍ ୧୩୪୯ ରହିଛି, ଯାହା ପୂର୍ବରୁ ୧୩୩୨ ରହିଥିଲା। ଅର୍ଥାତ୍ ଦିଲ୍ଲୀରେ ପୁଣି ୧୭ ଟଙ୍କା ବଢିଛି ଦାମ୍। ସେହିପରି କଲିକତାରେ ୨୨.୫୦ ପଇସା, ମୁମ୍ବାଇରେ ୧୭ ଟଙ୍କା, ଚେନ୍ନାଇରେ ୧୬.୫୦ ଟଙ୍କା ବଢିଛି।

gas

ହେଲମେଟ୍ ଚେକିଂ ସହ କଡ଼ାକଡ଼ି ହେବ କାଗଜପତ୍ର ଯାଞ୍ଚ

ବାଇକ୍ ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ହେଲମେଟ୍ ଚେକିଂ ସହ କାଗଜପତ୍ର ଯାଞ୍ଚ । କଠୋର ଭାବେ କାର୍ଯ୍ୟକାରୀ ହେବ ଆଇନ୍ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ମୋଟା ଅଙ୍କର ତଣ୍ଡ ଗଣିବା ସହିତ ଲାଇସେନ୍ସ ବି ବାତିଲ ହେବ। ଆଇନ ଅନୁଯାୟୀ ଦଣ୍ଡ ମିଳିବ।

ଫାସଟ୍ୟାଗ୍ ଲାଗୁ ବାଧ୍ୟତାମୂଳକ

୨୦୨୧ ଜାନୁଆରୀ ପହିଲାରୁ ସମସ୍ତ ୪ ଚକିଆ ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ ନିୟମ ଥିଲା । ତେବେ ଏହାର ଅବଧିକୁ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ବିନା ଫାସଟ୍ୟାଗ୍ ରେ ନ୍ୟାସନାଲ ହାଇୱେ ଟୋଲ୍ ପାର୍ କଲେ ଗଣିବାକୁ ପଡିବ ତଣ୍ଡ । ବର୍ତ୍ତମାନ ସମସ୍ତ ଟୋଲରେ ୮୦ ପ୍ରତିଶତ ଲାଇନକୁ ଫାସଟ୍ୟାଗ ଓ ୨୦ ପ୍ରତିଶତ ଲାଇନକୁ କ୍ୟାସରେ ବ୍ୟବହାର କରାଯାଉଛି।

ଜିଓରୁ ଅନ୍ୟ ନେଟୱାର୍କକୁ ଭଏସ କଲ୍ ଫ୍ରି

ଜିଓ ଗ୍ରାହକଙ୍କ ପାଇଁ ଖୁସିର ଖବର । ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ନେଟୱାର୍କକୁ ଭଏସ କଲ୍ ଫ୍ରି । ପ୍ରାୟ ଗୋଟିଏ ବର୍ଷ ପରେ ଜିଓ ପକ୍ଷରୁ ଗ୍ରାହକଙ୍କୁ ପୁଣି ଯୋଗାଇ ଦିଆଯିବ ଏହି ସୁବିଧା । ଏବେ ଜିଓ ଗ୍ରାହକଙ୍କୁ ପ୍ରତି ମିନିଟ୍ ପିଛା ୬ ପଇସା ଦେବାକୁ ପଡୁଛି।

phone

ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କଲେ ଲଗାଇବେ ଜିରୋ

ଜାନୁଆରୀ ପହିଲାରୁ ଆପଣ ଲ୍ୟାଣ୍ଡଲାଇନରୁ କୌଣସି ମୋବାଇଲକୁ କଲ୍ କଲେ ତା ପୂର୍ବରୁ ଆପଣଙ୍କୁ ୦ ଲଗାଇବାକୁ ହେବ । ବିନା ଜିରୋ ଲଗାଇ ଆପଣ କଲ୍ କରିପାରିବେ ନାହିଁ ।

ସରଳ ଜୀବନ ବୀମା ପଲିସି ହେବ ଲଞ୍ଚ

ଜାନୁଆରୀ ପହିଲାରୁ କମ୍ ପ୍ରିମିୟମରେ ବୀମା କିଣିପାରିବେ । ଆଇଆରଡିଏଆଇ ସମସ୍ତ କମ୍ପାନୀଙ୍କୁ ସରଳ ଜୀବନ ବୀମା ଲଞ୍ଚ୍ କରିବାକୁ କହିଛି।

ଚେକ୍ ପେମେଣ୍ଟ ନିୟମରେ ପରିବର୍ତ୍ତନ

ଜାନୁଆରୀ ପହିଲାରୁ ମୋଟା ଅଙ୍କର ଚେକ୍ ପାଇଁ ପଜିଟିଭ୍ ପେ ବ୍ୟବସ୍ଥା ଲାଗୁ ହୋଇଛି। ନୂଆ ନିୟମ ଅନୁସାରେ ୫୦ ହଜାର କିମ୍ବା ଅଧିକ ପେମେଣ୍ଟ ଉପରେ କିଛି ଜରୁରୀ ସୂଚନାକୁ ପୁନଃ କନଫର୍ମ କରିବାକୁ ହେବ। ତେବେ ଏହା ଆକାଉଣ୍ଟ ହୋଲ୍ଡର ଉପରେ ନିର୍ଭର କରିବ, ସେ ଏହି ସୁବିଧାର ଲାଭ ନେବେ ନା ନାହିଁ ।

କଣ୍ଟ୍ରାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ

କେନ୍ଦ୍ରୀୟ ବ୍ୟାଙ୍କ ୨୦୨୧ ଜାନୁଆରୀ ପହିଲାରୁ କଣ୍ଟ୍ରାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ ଲିମିଟକୁ ୨ ହଜାରୁ ୫ ହଜାର ଟଙ୍କା ବଢାଇ ଦେଇଛନ୍ତି । ଡେବିଟ୍ ଓ କ୍ରେଡିଟ୍ କାର୍ଡରୁ ୫ ହଜାର ଟଙ୍କାର ପେମେଣ୍ଟ ପାଇଁ ପିନ୍ ଦେବାକୁ ପଡିବନି ।

money atm

ମ୍ୟୁଚୁଆଲ ଫଣ୍ଡ ନିବେଶ ପାଇଁ ବଦଳିବ ନିୟମ

ସେବି ମଲ୍ଟିକ୍ୟାପ୍ ମ୍ୟୁଚୁଆଲ ଫଣ୍ଡ ପାଇଁ ଆସେଟ୍ ଆଲୋକେସନ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ମୁତାବକ ଏବେ ଫଣ୍ଡସର ୭୫ ପ୍ରତିଶତ ଭାଗ ଇକ୍ୟୁଟିରେ ନିବେଶ କରିବା ଜରୁରୀ । ଯାହାକି ବର୍ତ୍ତମାନ ୬୫ ପ୍ରତିଶତ ରହିଛି । ସେବି ନୂଆ ନିୟମ ଅନୁସାରେ ମଲ୍ଟିକ୍ୟାପ୍ ଫଣ୍ଡସର ଷ୍ଟ୍ରକଚରରେ ପରିବର୍ତ୍ତନ ହେବ।

ୟୁପିଆଇ ପେମେଣ୍ଟରେ ହେବ ପରିବର୍ତ୍ତନ

ଜାନୁଆରୀ ପହିଲାରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ହୋଇଯିବ ମହଙ୍ଗା। ଥାର୍ଡ ପାର୍ଟି ପକ୍ଷରୁ ଚଲାଯାଉଥିବା ଆପ୍ସରେ ଏକ୍ସଟ୍ରା ଚାର୍ଜ ଲଗାଯିବ ବୋଲି ଘୋଷଣା କରାଯାଇଛି । ନ୍ୟାସନାଲ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି ।

ବଦଳିବ ଜିଏସଟି ରିଟର୍ଣ୍ଣ ନିୟମ

ଦେଶରେ କ୍ଷୁଦ୍ର କାରବାର କରୁଥିବା ବ୍ୟବସାୟୀଙ୍କୁ ସରଳ, ତ୍ରୈମାସିକ ଜିଏସଟି ରିଟର୍ଣ୍ଣ ଫାଇଲିଂ ସୁବିଧା ମିଳିବ। ନୂଆ ନିୟମ ଅନୁସାରେ ଯେଉଁ କାରବାରୀଙ୍କ ଟର୍ଣ୍ଣଓଭର ୫ କୋଟି ଟଙ୍କାରୁ କମ୍ ରହିଛି, ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବା ଜରୁରୀ ହେବ ନାହିଁ । ନୂଆ ନିୟମ ଲାଗୁ ହେବା ପରେ କରଦାତାଙ୍କୁ କେବଳ ୮ଟି ରିଟର୍ଣ୍ଣ କରିବାକୁ ହେବ । ଏଥିରେ ଫୋର ଜିଏସଟିଆର ଥ୍ରି ଓ ଫୋର ଜିଏସଟିଆର ୱାନ୍ ରିଟର୍ଣ୍ଣ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.