Below header

Google Drive ରେ ହେଲା ବଡ଼ ପରିବର୍ତ୍ତନ, ଏବେ ଟ୍ରାସ୍‌ ଫୋଲ୍ଡରକୁ ଡିଲିଟ୍‌ କରିବ କମ୍ପାନୀ

ଗୁଗଲ ଡ୍ରାଇଭ୍‌ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ବଡ଼ ଖବର। ଗୁଗଲ ଡ୍ରାଇଭ୍‌ କମ୍ପାନୀ ତରଫରୁ ଏକ ବଡ଼ ପରିବର୍ତ୍ତନ କରାଯାଉଛି। ଗୁଗଲ ଡ୍ରାଇଭ୍‌ର ଟ୍ରାସ(ଡିଲିଟ୍‌ ହୋଇଥିବା ଫାଇଲ୍‌)କୁ କମ୍ପାନୀ ଏବେ ୩୦ ଦିନ ପର୍ଯ୍ୟନ୍ତ ହିଁ ସେଭ୍‌ କରି ରଖିବ ଓ ତା’ପରେ ଡିଲିଟ୍‌ କରିଦେବ। ୧୩ ଅକ୍ଟୋବର ଠାରୁ କମ୍ପାନୀ ଡିଲିଟ୍‌ ହୋଇଥିବା ଫାଇଲ୍‌କୁ ସମ୍ପୂର୍ଣ୍ଣ ଭାବେ ଡ୍ରାଇଭ୍‌ରୁ ରିମୁଭ୍‌ କରିବାକୁ ନିଷ୍ପତ୍ତି ନେଇଛି। ଡ୍ରାଇଭ୍‌ରେ ହେବାକୁ ଯାଉଥିବା ଏହି ଅପ୍‌ଡେଟ୍‌ ବିଷୟରେ ଗୁଗଲ ନିଜ ବ୍ଲଗ୍‌ରେ ସୂଚନା ଦେଇଛି।

ଗୁଗଲ ତରଫରୁ କୁହାଯାଇଛି ଯେ ୧୩ ଅକ୍ଟୋବର ୨୦୨୦ରୁ ଆମେ ନିଜ ରିଟେନ୍ସନ୍‌ ପଲିସିରେ ପରିବର୍ତ୍ତନ କରିବାକୁ ଯାଉଛି। ଏହି ଅପ୍‌ଡେଟ୍‌ ଆସିବା ପରେ ଟ୍ରାସ୍‌ ଫୋଲ୍ଡରରେ ଥିବା ଯେକୌଣସି ଫାଇଲ୍‌ ୩୦ ଦିନ ପରେ ଆପେ ଆପେ ଡିଲିଟ୍‌ ହୋଇଯିବ। ଏହି ପଲିସି ଜିସୁଟ୍‌ ସମେତ ଜିମେଲରେ ବି ଲାଗୁ ହେବ।

google2

ସୂଚନାଯୋଗ୍ୟ ଯେ ଗୁଗଲ ଡ୍ରାଇଭ୍‌ ବର୍ତ୍ତମାନ ଟ୍ରାସ୍‌ କରାଯାଇଥିବା ଫାଇଲକୁ ବି ସବୁଦିନ ପାଇଁ ସେଭ୍‌ ରଖୁଛି। ଏହି ନୂଆ ଫିଚରକୁ ନେଇ ଗୁଗଲ ଲୋକଙ୍କୁ ସୂଚନା ଦେଇଛି। ଗୁଗଲ ଏହି ପରିବର୍ତ୍ତନ ସମ୍ପର୍କରେ ଏକ ବ୍ୟାନର ବି ସେୟାର କରିବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.