ରୁଷରେ ଏବେ ମଧ୍ୟ ତେଜିୟାନ ହୋଇ ଅଛି ଲେନିନଙ୍କ ମୃତ ଶରୀର, ଜାଣନ୍ତୁ କିପରି ନିଆଯାଉଛି ଏହାର ଯତ୍ନ

ରୁଷ କ୍ରାନ୍ତିର ସବୁଠାରୁ ବଡ ଚେହେରା ବ୍ଲାଦିମିର ଲେନିନଙ୍କ ନେତୃତରେ ରୁଷ ଶାସନ ମୁକ୍ତ ହୋଇଥିଲା ଏବଂ ୧୯୨୨ ମସିହାରେ ସେହି ଲେନିନିଙ୍କ ନେତୃତରେ ସୋବିୟତ ସଂଘର ସ୍ଥାପନା ହୋଇଥିଲା । ତେବେ ୯୬ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଥିବା ଲେନିନଙ୍କ ମୃତ ଶରୀର ଏବେ ମଧ୍ୟ ସୁରକ୍ଷିତ ହୋଇ ରହିଛି । ଲୋକଙ୍କ କହିବାନୁସାରେ ଲେନିନଙ୍କ ମୃତ ଶରୀର ବର୍ଷ ବର୍ଷ ପରେ ବି ଅଧିକ ସତେଜ ହେଉଛି ।

ଲେନନିଙ୍କ ମୃତ୍ୟୁ ପରେ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅନେକ ବଂଶଧର ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି ।କିନ୍ତୁ ଋଷର ବୈଜ୍ଞାନିକମାନେ ଲେନିନଙ୍କ ଶରୀରକୁ ସତେଜ ରଖିବା ପାଇଁ ଅନେକ ପ୍ରକାର କାମ କରିଛନ୍ତି । ଲେନିନିଙ୍କର ଶବ ଆଖିକୁ ଭଲ ଦେଖାହେବା ସହିତ ସତେଜ ମଧ୍ୟ ଲାଗିଥାଏ । ତାଙ୍କ ମୃତ ଶରୀରକୁ ଦେଖି କ୍ଷଣକ ପାଇଁ ଏମିତି ଅନୁଭବ ହୁଏ ଯେମିତି କି ସେ ବଞ୍ଚିଛନ୍ତି ଏବଂ ନିଦରେ ଶୋଇଛନ୍ତି । ମାସ୍କୋର ଏକ ଅନୁଷ୍ଠାନରେ ପାଞ୍ଚ ଛଅ ଲୋକଙ୍କ ମୂଳ ଗୋଷ୍ଠୀ ରହିଛି , ଯେଉଁମାନେ ବାୟୋକେମିକାଲ ଉପାୟରେ ଲେନିନଙ୍କ ଶବକୁ ସତେଜ ରଖିବା ପାଇଁ କାମ କରିଥାନ୍ତି । ଏହି ଗ୍ରୁପରେ ଏନଟୋମିଷ୍ଟ ଅର୍ଥାତ ଶରୀରର ଆନ୍ତରିକ ସଂରଚନାର ବିଶେଷଜ୍ଞ ଏବଂ ସର୍ଜିୟନ ସହିତ ବାୟୋକେମିଷ୍ଟ ମଧ୍ୟ ସାମିଲ ଅଛନ୍ତି । ଏମାନେ ସମସ୍ତେ ମିଶି ଲେନିନଙ୍କ ଶବକୁ ସତେଜ ରଖିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

LENIN

ଲେନିନଙ୍କ ଶବ ଉପରେ କାମ କରୁଥିବା ବିଶେଷଜ୍ଞଙ୍କୁ ଯତ୍ନବାନ ରହିବା ଆବଶ୍ୟକ କାରଣ ସରଂକ୍ଷିତ ଶବର ଫିଜିକାଲ ଫର୍ମ କିପରି ଉନ୍ନତ ହେବ ଏହା ସହିତ ଏହାର ରୂପ, ଆକାର,ଓଜନ, ରଙ୍ଗ ଏବଂ ଅଙ୍ଗର ଫ୍ଲେକ୍ସିବିଲିଟିକୁ ମଧ୍ୟ ବଜାୟ ରଖିବାକୁ ପଡିବ । ଏହି ସମସ୍ତ ଦୃଷ୍ଟିରେ ଏହି ଶବରେ ଅନ୍ୟ ଶବଙ୍କ ଠାରେ ବ୍ୟବହୃତ ହେଉଥିବା ସାଇନ୍ସ ଠାରୁ ଭିନ୍ନ କ୍ଲାସିଓବାୟୋଲେଜିକାଲ ସାଇନ୍ସର ବ୍ୟବହାର କରାଯାଏ । ଏହି ପ୍ରକ୍ରିୟା ମଧ୍ୟରେ ବିଶେଷଜ୍ଞ ମାନେ ମୃତ ଶରୀରର କିଛି ଅଙ୍ଗକୁ ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ପଦାର୍ଥ ଦ୍ୱାରା ବଦଳାଇ ଦେଇଥାନ୍ତି , ଯାହା ଫଳରେ ଶରୀରଟି ପୁରୁଣା ସମୟ ତୁଳନାରେ ବଦଳିଯାଏ ।

୧୯୨୩ ମସିହା ଲେନିନଙ୍କ ମୃତ୍ୟୁର ତିନି ମାସ ପୂର୍ବରୁ ଏକ ଗୋପନୀୟ ବୈଠକ ବସିଥିଲା ଯେଉଁଠାରେ ଲେନିନଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ନେଇ କେଉଁ ପ୍ରକାର ରଣନୀତି ହେବ ତାହା ଆଲୋଚନା କରାଯାଇଥିଲା । ତେବେ ଲେନିନଙ୍କ ଶବକୁ ଆଗାମୀ ପିଢିଙ୍କ ପାଇଁ ସଂରକ୍ଷିତ ରଖାଯାଉ ବୋଲି ଏହି ବୈଠକର କ୍ଷମତାରେ ରହିଥିବା ଜେଜେଫ ସ୍ଟୋଲେନ ପ୍ରସ୍ତାବ ଦେଇଥିଲେ । ସୋବିୟତ ସଂଘ ଏବଂ ରୁଷର ବୈଜ୍ଞାନିକ ମାନଙ୍କ ଦ୍ୱାରା ଲେନିନଙ୍କ ଶବକୁ ତେଜିୟାନ ରଖିବାର ପ୍ରକିୟା ବାସ୍ତବରେ ପ୍ରଶଂସନୀୟ । ଲେନିନଙ୍କ ଶବକୁ ଏହିଭଳି ଭାବେ ରଖିବା ପାଇଁ ଋଷ ପ୍ରତିବର୍ଷ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥାଏ ।