ମାତ୍ର ୭ ମିନିଟ ଭିତରେ ମରୁଭୂମି ହେବ ଶସ୍ୟଶ୍ୟାମଳା, ଏହି ଜବରଦସ୍ତ ପ୍ରଣାଳୀରେ କରନ୍ତୁ ଚାଷ

ଅତ୍ୟାଧୁନିକ ପ୍ରଣାଳୀରେ ମରୁ ଅଂଚଳକୁ ସବୁଜିମା କ୍ଷେତରେ ପରିଣତ କରାଯାଇପାରିବା ଭଳି ଏକ ନୂତନ ଟେକନିକ ପଦାକୁ ଆସିଛି । ନରୱେର ଏକ କମ୍ପାନୀ ଏହି ପ୍ରଣାଳୀରେ ଦୁବାଇର ମରୁକ୍ଷେତରେ ସୁନାର ଫସଲ ଉତ୍ପାଦ କରିବା ପ୍ରଣାଳୀ ମାର୍ଚ୍ଚ ମାସ ଆରମ୍ଭ କରିଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ଏହି ସଜୁଜିମା କ୍ଷେତକୁ ଯିଏ ବି ଦେଖିବ ନିଶ୍ଚିନ୍ତ ରୂପେ ଆଶ୍ଚର୍ଯ୍ୟ ହୋଇଯିବ । ମାତ୍ର ୬ ମାସ ସମୟ ମଧ୍ୟରେ ଏଠାରେ ବାଜରା ପରି ଶସ୍ୟ ଠାରୁ ଆରମ୍ଭ କରି ପନିପରିବା ଆଦି ଚାଷ ସଫଳତାର ସହ କରାଯାଇପାରିଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛିକି ମାତ୍ର ୭ ଘଣ୍ଟା ସମୟ ମଧ୍ୟରେ ମରୁ ଅଂଚଳକୁ ବି ଚାଷ ଯୋଗ୍ୟ ଜମିରେ ପରିଣତ କରାଯାଇପାରିବ । ତେବେ ଆସନ୍ତୁ ଏହି ଟେକନିକ ବିଷୟରେ ବିସ୍ତୃତ ଭାବେ ଜାଣିରଖିବା ।

desert

ସ୍କାଣ୍ଡିନାଭିୟାନ ଦେଶ ନରୱେର ଏକ ଷ୍ଟାର୍ଟଅପ କମ୍ପାନୀ “ଡେଜର୍ଟ କଣ୍ଟ୍ରୋଲ” ନାମରେ ଏହାକୁ ଆରମ୍ଭ କରିଥିଲେ । ପୃଥିବୀର ପ୍ରତିଟି ସ୍ଥାନକୁ ସବୁଜିମା କ୍ଷେତରେ ପରିଣତ କରିବା ହିଁ ଏହି କମ୍ପାନୀର ମୂଳ ଲକ୍ଷ ବୋଲି କମ୍ପାନୀ ଅଧ୍ୟକ୍ଷ କହିଛନ୍ତି । ୨୦୦୦ ମସିହାରେ ହିଁ ନରୱେର ବୈଜ୍ଞାନିକ ଓଲିଶନ ଏହି ଟେକନିକ ଟିକୁ ଉଦ୍ଭାବନ କରିଥିଲେ । ଏହି ପ୍ରଣାଳୀରେ ପ୍ରଥମେ କ୍ଳ ବା ଚିକିଟା ମାଟିକୁ ତରଳରେ ରୂପାନ୍ତରିତ କରାଯାଏ ।  ପାଣି ପରି ମାଟିକୁ ତରଳ କରାଯାଏ । ଏହାପରେ ଏହି ତରଳକୁ ମରୁ ଅଞ୍ଚଳରେ ଛିଞ୍ଚା ଯାଇଥାଏ । ଭୂମିରେ ସମ୍ପୂର୍ଣ୍ଣ ରୂପେ ଭେଦିବା ପରେ ଏହା ନିଜ କାମ ଆରମ୍ଭ କରିଦିଏ । ଏଥିରୁ ବୃକ୍ଷଲତା ପାଇଁ ଜରୁରୀ ପୋଷାକ ତତ୍ତ୍ୱ ଏକାଠି ହୋଇଥାଏ । ଏବେ ଏହି ଭୂମି ଚାଷ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଏହି ପ୍ରଣାଳୀ ପାଇଁ ୭ ଘଣ୍ଟା ପର୍ଯ୍ୟନ୍ତ ସମୟ ହିଁ ଲାଗିଥାଏ ।

ldesert

ସିଏନଏନରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଏହି ଟେକନିକ ଦ୍ୱାରା କେବଳ ଯେ ମରୁ ଅଂଚଳରେ ଚାଷ କରାଯାଇପାରିବ ତାହା ନୁହେଁ ବୃକ୍ଷଲତା ମାନଙ୍କ ଜଳର ଆବଶ୍ୟକତା ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦିଆଯାଇପାରିବ । କିନ୍ତୁ ଏହି ପ୍ରଣାଳୀରେ ପରିବେଶର ଯେପରି କୌଣସି କ୍ଷତି ନହୁଏ ସେପ୍ରତି ବିଶେଷ ଧ୍ୟାନ ଦିଆଯାଏ । ଆଉ ମାତ୍ର ୭ ଘଂଟାରେ ମରୁ ଅଞ୍ଚଳକୁ ଶସ୍ୟଶ୍ୟାମଳା କରାଯାଇପାରୁଥିବା ଏହି ଟେକନିକ ପିଛା ଖର୍ଛ ବି ଖୁବ କମ ହୋଇଥାଏ । ଏକ ସର୍ଭେରୁ ଜଣାଯାଇଛିକି ୧୧ ସ୍କ୍ୱାୟର ଫୁଟ କ୍ଷେତ ପାଇଁ ମାତ୍ର ୧୫୦ରୁ ୪୦୦ ଟଙ୍କା ଖର୍ଚ୍ଚ ହେବ। ଖାଲି ଯେ ମରୁ ଅଞ୍ଚଳରେ ଏହି ପ୍ରଣାଳୀରେ ଚାଷ କରାଯାଇପାରିବ ତାହା ନୁହେଁ, ବିନା ମାଟିରେ (ହାଇଡ୍ରୋପୋନିକ ଫାଂର୍ମିଙ୍ଗ) ବି ଏହି ଟେକନିକ ସାହାଯ୍ୟରେ ଚାଷ କରାଯାଇପାରିବ । ସହରାଂଚଳରେ ଏହି ଟେକନିକ ବ୍ୟବହାର କରି ଉତ୍ପାଦନ କରାଯାଉଛି ।