Below header

ଅନଲାଇନ ଠକାମିରୁ ବଞ୍ଚିବା ପାଇଁ ଗୃହ ମନ୍ତ୍ରଣାଳୟ ଜାରି କଲା ଟିପ୍ସ, କେବେ ବି ହେବେନି ଠକାମିର ଶିକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୪ ଏପ୍ରିଲରେ ଶେଷ ହେଉଥିବା ଲକଡାଉନର ସମୟ ସୀମାକୁ ଆସନ୍ତା ୩ମେ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ ମଧ୍ୟରେ କୋଟି କୋଟି ଲୋକମାନେ ଘରେ ରହି ନିଜ ନିଜ ଅଫିସ କାମ କରୁଛନ୍ତି। ଲକଡାଉନରେ ସମସ୍ତ ପ୍ରକାର ଯାତାୟତ ମଧ୍ୟ ବନ୍ଦ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ନେଟ ବ୍ୟାଙ୍କିଙ୍ଗ ଜରିଆରେ ଅଧିକାଂଶ କାମ କରୁଛନ୍ତି।

55

ଏଭଳି ସମୟରେ ସାଇବର ଫ୍ରଡ଼ର ମଧ୍ୟ ଭୟ ବଢିଯାଇଛି। ବ୍ୟାଙ୍କ ଖାତାଧାରକଙ୍କ ଖାତାରୁ ଠକାମୀ କରିବା ପାଇଁ ସାଇବର ସଂସ୍ଥା ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହିସବୁକୁ ଧ୍ୟାନରେ ରଖି ଗୃହ ମନ୍ତ୍ରାଳୟ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଏକ ନୂଆ ଟ୍ୱିଟର ହ୍ୟାଣ୍ଡେଲ @CyberDost ରେ ମନ୍ତ୍ରାଳୟ ପକ୍ଷରୁ ୪ଟି ଟିପ୍ସ ଜାରି କରାଯାଇଛି, ଯାହାକୁ ଆପଣାଇ ଆପଣ ଠକାମିରୁ ଦୂରେଇ ରହିପାରିବେ।

ସର୍ବ ପ୍ରଥମେ ନିଜ ବ୍ୟାଙ୍କ ଖାତାର ସୂଚନା ନିୟମିତ ରଖନ୍ତୁ। ଅର୍ଥାତ ଗ୍ରାହକଙ୍କୁ ନିୟମିତ ରୂପେ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଲଗଇନ କରିବା ଉଚିତ ଯାହାଦ୍ୱାରା ଗ୍ରାହକମାନେ ଜାଣିପାରିବେ କି ତାଙ୍କ ଖାତାରେ କୌଣସି ପ୍ରକାର ଠକାମୀ ହୋଇନାହିଁ। ସେହିଭଳି ଅନଲାଇନ ଟ୍ରାଞ୍ଜେକ୍ସନ ସମୟରେ ଆମେ ସେହି ସମୟରେ ଠକାମିର ଶିକାର ହୋଇଥାଉ ଯେତେବେଳେ ବ୍ରାଉଜରର ୟୁଆରଏଲ ଉପରେ ଧ୍ୟାନ ଦେଇନଥାଉ। ଯଦି କୌଣସି ବ୍ରାଉଜର http ରୁ ଆରମ୍ଭ ହୋଇଥାଏ ତେବେ ଏହାର ଅର୍ଥ ହେଉଛି ଏହା ଅଧିକାରୀକ ପକ୍ଷରୁ ସୁରକ୍ଷିତ ରହିଛି।

online

ଗୃହ ମନ୍ତ୍ରାଳୟ ପକ୍ଷରୁ ତୃତୀୟ ଟିପ୍ସଟି ହେଉଛି ବ୍ୟାଙ୍କର ୱେବସାଇଟରେ ଯଦି ଲକର ଚିହ୍ନ ରହିଥାଏ ତେବେ ଏହା ଅସଲି ୱେବସାଇଟ। ଯଦି ଏପରି ହୋଇନଥାଏ ତେବେ ତୁରନ୍ତ ସାବଧାନ ହୋଇଯାଆନ୍ତୁ। ସେହିଭଳି ୪ର୍ଥ ଟିପ୍ସରେ କୁହାଯାଇଛି, ଗ୍ରାହକଙ୍କୁ ସର୍ବଦା ବ୍ୟାଙ୍କର କଷ୍ଟମ କେୟାର ନମ୍ବର ସେଭ କରି ରଖିବା ଆବଶ୍ୟକ। ଏଥିରେ ଯଦି ମନରେ କୌଣସି ସନ୍ଦେହ ଆସେ ତେବେ ବ୍ୟାଙ୍କ କଷ୍ଟମର କେୟାରର ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.