Below header

ଇନଫିନିକ୍ସ X3 ସ୍ମାର୍ଟ ଟିଭି ଲଞ୍ଚ, ୪୩ ଇଞ୍ଚର ଟିଭି ବିକ୍ରି ହେବ ୧୯, ୯୯୯ ଟଙ୍କାରେ

ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି ଇନଫିନିକ୍ସ ଟିଭି। ଇନଫିନିକ୍ସ X3 କୁ ୩୨ ଇଞ୍ଚ ଏବଂ ୪୩ ଇଞ୍ଚ ସାଇଜରେ ଭାରତରେ ଲଞ୍ଚ କରାଯାଇଛି । ଇନଫିନିକ୍ସ X3 ଟିଭି ସହିତ HDR10 ର ସପୋର୍ଟ ରହିଛି। ଏହା ବ୍ୟତୀତ ଟିଭି ସହିତ ଷ୍ଟେରିଓ ସ୍ପିକର ଏବଂ ଡଲବି ଅଡିଓ ପାଇଁ ସପୋର୍ଟ ମଧ୍ୟ ରହିଛି। ଇନଫିନିକ୍ସ ଏହାର ନୂତନ ସ୍ମାର୍ଟ ଟିଭି ଇନଫିନିକ୍ସ X3 କୁ ଭାରତୀୟ ବଜାରରେ ଲଞ୍ଚ ଗତ କାଲି ଲଞ୍ଚ କରିଛି । ଇନଫିନିକ୍ସ X3 ସ୍ମାର୍ଟ ଟିଭି ସହିତ 400 ନିଟ୍ସ୍ ବ୍ରାଇଟନେସ ଦିଆଯାଉଛି। ଇନଫିନିକ୍ସ X3 32 ଇଞ୍ଚ ଏବଂ 43 ଇଞ୍ଚ ଆକାରରେ ଲଞ୍ଚ କରାଯାଇଛି।

ଆଣ୍ଡ୍ରଏଡ୍ 11 ସହିତ ଟିଭି ମାର୍କେଟକୁ ଆସିଛି। ଆଖିର ସୁରକ୍ଷା ପାଇଁ ଟିଭିରେ “ଆଣ୍ଟି ବ୍ଲୁ ରେ” ସୁରକ୍ଷା ବା ପ୍ରୋଟେକ୍ସନ୍ ଦିଆଯାଇଛି। ଇନଫିନିକ୍ସ X3 ଟିଭିର ରିମୋଟ ସହିତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ, ୟୁଟ୍ୟୁବ ପାଇଁ ସ୍ୱତନ୍ତ୍ର ବଟନ୍ ରହିଛି।

କ୍ରୋମକାଷ୍ଟ ଏବଂ ଗୁଗୁଲ୍ ଆସିଷ୍ଟାଣ୍ଟ ମଧ୍ୟ ଟିଭିରେ ସପୋର୍ଟ ରହିଛି। ଇନଫିନିକ୍ସ X3 ର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ଦାମ୍ ରହିଛି ୧୧ ହଜାର ୯୯୯ ଟଙ୍କା। ଏହି ମୂଲ୍ୟରେ ୩୨-ଇଞ୍ଚ୍ ମଡେଲ୍ ଉପଲବ୍ଧ ହେବ। ଯେତେବେଳେ କି ୪୩-ଇ ଇଞ୍ଚର ମଡେଲର ମୂଲ୍ୟ ରହିଛି ୧୯ ହଜାର ୯୯୯ ଟଙ୍କା। ମାର୍ଚ୍ଚ ୧୨ ରୁ ୧୬ ମଧ୍ୟରେ ଉଭୟ ଟିଭି ଫ୍ଲିପକାର୍ଟରେ ପ୍ରି-ବୁକ୍ ହେବ।

ପ୍ରି-ବୁକିଂ କରୁଥିବା ଗ୍ରାହକମାଙ୍କୁ ଇନଫିନିକ୍ସ ସ୍ନୋକର୍ (iRocker) ଇୟରବଡ୍ ୧ ଟଙ୍କାରେ ମଧ୍ୟ ମିଳିବ, ଯାହାର ମୂଲ୍ୟ ୧ ହଜାର ୪୯୯ ଟଙ୍କା।
ଇନଫିନିକ୍ସ X3 ସ୍ମାର୍ଟ ଟିଭିର ସ୍ପେସିଫିକେସନ ବିଷୟରେ କହିବାକୁ ଗଲେ ଏହାର 32-ଇଞ୍ଚ ମଡେଲରେ 1336×768 ପିକ୍ସେଲର ରେଜୋଲୁସନ ସହିତ ଏକ HD ଡିସପ୍ଲେ ରହିଛି।
43-ଇଞ୍ଚ୍ ମଡେଲ୍ 1920×1080 ପିକ୍ସେଲର ରିଜୋଲ୍ୟୁସନ୍ ସହିତ ଏକ ଫୁଲ୍ HD ସ୍କ୍ରିନ୍ ରହିଛି । ଉଭୟ ମଡେଲ ଟିଭିରେ “ଆଣ୍ଟି ବ୍ଲୁ ରେ” ଟେକ୍ନୋଲୋଜିର ରିପ୍ଲେକ୍ଟ ରଖାଯାଇଛି। ଟିଭି ଏକ କ୍ୱାଡ୍-କୋର୍ ରିଅଲଟେକ୍ RTD2841 ପ୍ରୋସେସର ସହିତ 1 ଜିବି ରାମ୍ ଏବଂ 8 ଜିବି ଷ୍ଟୋରେଜ୍ ମାର୍କେଟରେ ଲଞ୍ଚ ହୋଇଛି। ଇନଫିନିକ୍ସ X3 ର 32-ଇଞ୍ଚ୍ ମଡେଲରେ ଦୁଇଟି ସ୍ପିକର ଅଛି ଯାହାକି 20W ଆଉଟପୁଟ୍ କରିଥାଏ ଏବଂ 43-ଇଞ୍ଚ୍ ମଡେଲରେ ଦୁଇଟି ସ୍ପିକର ମଧ୍ୟ ଅଛି ଯାହାର ଆଉଟପୁଟ୍ ରହିଛି 36W। ଏଥିରେ ଦୁଇଟି ଟୁଇଟର ମଧ୍ୟ ଅଛି ଉଭୟ ଟିଭି ସହିତ ଡଲବି ଅଡିଓ ମଧ୍ୟ ସପୋର୍ଟ ରହିଛି।

 

କନେକ୍ଟିଭିଟି ପାଇଁ ଟିଭିରେ ତିନୋଟି HDMI ପୋର୍ଟ, ଦୁଇଟି USB, ଗୋଟିଏ ଇଥରନେଟ୍, ମିନି YPbPr ଭିଡିଓ ଆଉଟପୁଟ୍ ପୋର୍ଟ ଏବଂ 3.5 ମିମି ହେଡଫୋନ୍ ଜ୍ୟାକ୍ ରହିଛି। 32-ଇଞ୍ଚ ମଡେଲର ଓଜନ 3.98 କିଲୋଗ୍ରାମ ହୋଇଥିବାବେଳେ 43-ଇଞ୍ଚ ମଡେଲର ଓଜନ ରହିଛି 6.42 କିଲୋଗ୍ରାମ। ତେବେ ଆପଣ ଟିଭି କିଣିବା ପାଇଁ ପ୍ଲାନିଙ୍ଗ କରୁଥିଲେ ଏହି ଟିଭି କିଣିପାରିବେ। କାରଣ ଏଥିରେ ଭଲ ଫିଚର୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.