Below header

ପେଚା ଉପରକୁ ଡେଇଁ ମୁହଁକୁ ଜାବୁଡି ଧରିଲା ସାପ, ଦେଖନ୍ତୁ ଭିଡିଓ

ପୃଥିବୀ ପୃଷ୍ଠରେ ଜୀବଜନ୍ତୁଙ୍କର ଲକ୍ଷ ଲକ୍ଷ ପ୍ରଜାତି ରହିଛି। କିନ୍ତୁ ଆମେ ଅଳ୍ପ କେତେକ ଜୀବଜନ୍ତୁଙ୍କ ବିଷୟରେ ଜାଣିଛୁ। ଯେପରିକି ଚିଡିଆଖାନାରେ ବାଘ, ଜଙ୍ଗଲରେ ସାପ ଇତ୍ୟାଦି। ଆମେ ଚଳୁଥିବା ବାଡି ବଗିଚାରେ ମଧ୍ୟ କେବେ କେବେ ସାପ ଦେଖିଥାଉ। ଆଉ ଏପରି ସାପ ଦେଖି ମଧ୍ୟ ଲୋକେ ବେଳେ ଡରିଯାଆନ୍ତି। କେତେକ ସାପ ରହିଛି, ଯାହା ବିଲକୁଲ୍‌ ମଧ୍ୟ ବିଷଧର ନଥାନ୍ତି। କିନ୍ତୁ ସେମାନେ ଲୋକଙ୍କୁ ଡରାନ୍ତି ନିଶ୍ଚିତ। ଏବେ ସାପର ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ନିଶ୍ଚିତ ଭାବେ ଡରିଯିବେ।

ଏହି ଭିଡିଓ ସାପ ଓ ପେଚାର ରହିଛି। ଯେଉଁଥିରେ ଦୁହେଁ ପରସ୍ପର ସହିତ ଜୋରଦାର ଭାବେ ଲଢୁଥିବା ନଜର ଆସିଛନ୍ତି। ଭିଡିଓରେ ଏକ ବଡ ସାପ କିଭଳି ପେଚା ଉପରେ ହଠାତ୍‌ ଆକ୍ରମଣ କରୁଛି, ତାହା ଦେଖିବାକୁ ମିଳିଛି। କିନ୍ତୁ ସାପକୁ ମଧ୍ୟ ଆକ୍ରମଣ କରିବାରେ ଲାଗିପଡିଛି ପେଚା। ଯେପରି ସାପ ହଠାତ୍‌ ଆକ୍ରମଣ କରିଥିଲା ପେଚା ମଧ୍ୟ ସେପରି ଆକ୍ରମଣ କରିବାରେ ଲାଗିଛି। ସାପର ଆକ୍ରମଣ ଦେଖି ଏପରି ଲାଗୁଛି ଯେ, ପେଯରି ସେ ପେଚାକୁ ଗୋଟେ ଥରକେ ଗିଳିଦେବ। କିନ୍ତୁ ପେଚା ମଧ୍ୟ ନଛୋଡ ବନ୍ଧା। ଏହିଭିଡିଓକୁ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

 

View this post on Instagram

 

A post shared by Animal Power (@animals_powers)

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ animals-power ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୧.୬ ମିଲିୟନ ଅର୍ଥାତ୍‌ ୧୬ ଲକ୍ଷ ଥରରୁ ଅଧିକ ଦେଖାଯାଇସାରିଲାଣି। ୩୮ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.