‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ହରିୟାଣା ସରକାର

କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ତାଙ୍କୁ ନିର୍ମମ ହତ୍ୟା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ହରିୟାଣା ସରକାର ଟ୍ୟାକ୍ସ ଫ୍ରି ଘୋଷିତ କରିଛନ୍ତି। ରିଲିଜ୍‌ର ପ୍ରଥମ ଦିନ ଅର୍ଥାତ୍‌ ଶୁକ୍ରବାର ହିଁ ସରକାର ଏହି ଘୋଷଣା କରିଛନ୍ତି। ଏ ନେଇ ହରିୟାଣା ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟର ସମସ୍ତ ସିନେମା ଘର ଓ ମଲ୍ଟିପ୍ଲେକ୍ସରେ ଏହି ସିନେମାକୁ ଜିଏସ୍‌ଟି ମୁକ୍ତ କରାଯାଇଛି। ଏ ନେଇ ହରିୟାଣା ଏକ୍ସସାଇଜ୍‌ ଆଣ୍ଡ୍‌ ଟ୍ୟାକ୍ସେସନ୍‌ ଡିପାର୍ଟମେଣ୍ଟ ନିର୍ଦ୍ଦେଶ ଦେଇଛନ୍ତି।


ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର କାହାଣୀ ୯୦ ଦଶକର କଶ୍ଜୀର ପଣ୍ଡିତଙ୍କ ପଳାୟନ ଓ ତାଙ୍କ ନିର୍ମମ ହତ୍ୟା ଉପରେ ଆଧାରିତ। ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଅନୁପମ ଖେର, ପୁନିତ ଇସ୍ସର, ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ଵୀରାଜ ସରନାଇକ ପ୍ରମୁଖ କଳାକାର କାମ କରିଛନ୍ତି। ଏହି ଫିଲ୍ମ ଗତ କାଲି ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇଛି।

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦ କଶ୍ମୀର ଫାଇଲ୍ସ’ ଖୁବ୍‌ ଚର୍ଚ୍ଚାରେ ରହିଛି। ନିକଟରେ ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଜମ୍ମୁରେ ରଖାଯାଇଥିଲା।

Also Read: ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ହରିୟାଣା ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.