One plus 8T ଲଞ୍ଚ ହେବା ପୂର୍ବରୁ ଶସ୍ତା ହେଲା OnePlus 8 ସିରିଜ, ୭୦୦୦ରୁ ଅଧିକ କମିଲା ଦାମ୍

ପ୍ରିମିୟମ ଟେକ କମ୍ପାନୀ OnePlus 8T ଖୁବଶୀଘ୍ର ଲଞ୍ଚ ହେବାକୁ ଯଉଛି। ଯାହାର ଅଫିସିଆଲ ଲଞ୍ଚିଂ ଡେଟ୍ କନଫର୍ମ ହୋଇସାରିଛି। ୧୪ ଅକ୍ଟୋବରରୁ ଏହି ଫୋନ ୬୫ଓ୍ଵାଟ ଫାଷ୍ଟ ଚାର୍ଜିଂ ଏବଂ ୧୨୦hz ରିଫ୍ରେଶ ରେଟ୍ ଡିସପ୍ଲେ ଭଳି ଫିଚର୍ସ ସହିତ ବଜାରରେ ପ୍ରବେଶ କରିବ। କିନ୍ତୁ ଏହି ଫୋନ ଲଞ୍ଚିଂ ପୂର୍ବରୁ OnePlus 8 ଏବଂ OnePlus 8 Proର ମୂଲ୍ୟ କମ୍ କରାଯାଇଛି।
କମ୍ପାନୀOnePlus 8 Pro ର ମୂଲ୍ୟ ୭୩,୬୦୦ ଟଙ୍କା ସହିତ ଲଞ୍ଚ ହୋଇଥିବା ବେଳେ ଏବେ ଏହାର ଦାମ ୭,୩୦୦ ଟଙ୍କା ଶସ୍ତା ହୋଇଯାଇଛି। ସେହିପରି ଏହାର ୧୨ ଜିବି ଏବଂ ୨୫୬ ଜିବି ଷ୍ଟୋରେଜ ଥିବା ଫୋନକୁ ମାତ୍ର ୬୬,୨୫୦ ଟଙ୍କାରେ କିଣିପାରିବେ। ଏହାଛଡା ୮ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟର ଫୋନର ମୂଲ୍ୟ ୫୮,୮୦୦ ଟଙ୍କା ହୋଇଯାଇଛି।
48 ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା ସହିତ OnePlus 8T ସ୍ମାର୍ଟଫୋନ୍ ଠିକ୍ OnePlus 8 ପରି ରହିବ । ଯେଉଁଥିରେ କମ୍ପାନୀ 48 ମେଗାପିକ୍ସେଲ ପ୍ରାଥମିକ ସେନ୍ସର ମଧ୍ୟ ଦେଇଛି । ଯଦିଓ ଆଣ୍ଡ୍ରଏଡ୍ ସେଣ୍ଟ୍ରଲର କହିବା ଅନୁଯାୟୀ OnePlus 8T ଫୋନ୍ ଏକ ନୂଆ ଇମେଜିଙ୍ଗ୍ ସେନ୍ସର ସହିତ ଆସିବ । ତେଣୁ ଆପଣ ଏକ ନୂତନ ସ୍ମାର୍ଟଫୋନ୍ ସହିତ ଏକ ନୂତନ ଅଭିଜ୍ଞତା ମଧ୍ୟ ପାଇପାରନ୍ତି । OnePlus 8T ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 11 ଆଧାରିତ OxygenOS 11ରେ କାମ କରିବ ବୋଲି ଆଶା କରାଯାଉଛି । ଅନୁମାନ କରାଯାଉଛି ଯେ ଏହି ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 865+ ପ୍ରୋସେସର ସହିତ ଆସିପାରେ ଯାହା ସହିତ 8GB ରାମ୍ ଏବଂ 128GB ଷ୍ଟୋରେଜ୍ ମଧ୍ୟ ଦିଆଯାଇପାରେ ।