Below header

jio ର ସବୁଠାରୁ ଶସ୍ତା ପ୍ଲାନ୍: ୮୯୯ ଟଙ୍କା ରିଚାର୍ଜ କରି ପାଆନ୍ତୁ ୩୩୬ ଦିନର ବୈଧତା

ଆମେ ସମସ୍ତେ ପ୍ରିପେଡ୍ ଯୋଜନା ଚାହୁଁଥାଉ। କାରଣ ଯେଉଁଥିରେ ଆମେ ବର୍ଷକୁ ଥରେ ରିଚାର୍ଜ କରିବାକୁ ପଡ଼ୁ ଓ ବର୍ଷସାରା ବୈଧତା ରହୁ । ଯଦି ଦେଖାଯାଏ, ଏହିପରି ଯୋଜନାଗୁଡିକ ଠିକ୍ କାରଣ ଥରେ ରିଚାର୍ଜ କଲେ ବର୍ଷ ସାରା ଟେନସନ ନଥାଏ । ତେବେ ଆସନ୍ତୁ ଜାଣିବା ସେହିପରି ଏକ ପ୍ଲାନ୍ ବିଷୟରେ, ଯେଉଁଥିରେ ଆପଣ ଥରେ ରିଚାର୍ଜ କରି ଆପଣଙ୍କ ସିମକୁ ବର୍ଷେ ପାଇଁ ସକ୍ରିୟ ରଖିପାରିବେ ।

ଟେଲିକମ୍ କମ୍ପାନୀ ଜିଓ ଏହାର JioPhone ବ୍ୟବହାରକାରୀଙ୍କ ପାଇଁ ଏକ ପ୍ଲାନ ଯୋଗାଉଛି। ଏହି ଯୋଜନାର ବୈଧତା ହେଉଛି ୮୯୯ ଟଙ୍କା। ଏହି ଯୋଜନାରେ, ଉପଭୋକ୍ତାମାନଙ୍କୁ ୩୩୬ ଦିନର ବୈଧତା ଦିଆଯାଉଛି। ଏହା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳୁଛି । ତେବେ ଆସନ୍ତୁ ଜିଓର ଏହି ପ୍ଲାନର ସମ୍ପୂର୍ଣ୍ଣ ବିବରଣୀ ଜାଣିବା |

୮୯୯ ଟଙ୍କା ପ୍ଲାନରେ ୩୩୬ ଦିନର ଭାଲିଡିଟି ମିଳୁଛି । ଏହି ଯୋଜନାର ମୂଲ୍ୟ ମାତ୍ର ୮୯୯ ଟଙ୍କା ରହିଛି । ଉପଭୋକ୍ତାମାନେ ପ୍ରତି ୨୮ ଦିନ ପାଇଁ ୨ ଜିବି ଡାଟା ପାଆନ୍ତି । ମୋଟ ଉପରେ ଆପଣ ୨୪ ଜିବି ଡାଟା ପାଇବେ । ଆହୁରି ମଧ୍ୟ ଡାଟା ଶେଷ ହେବା ପରେ ଡାଟାର ସ୍ପିଡ ୬୪ Kbpsକୁ ଆସିଥାଏ । ଏହି ପ୍ଲାନର ଦୈନିକ ମୂଲ୍ୟ ବାବଦରେ ଆପଣଙ୍କର ୨.୭୦ ଟଙ୍କା ଖର୍ଚ୍ଚ ହେବ । ଏହା ସହିତ ଆପଣ ଏହି ସୁବିଧା ସହ ପ୍ରତିଦିନ ୫୦ ଟି SMS ମାଗଣା ଦିଆଯାଉଛି । ଏହା ସହିତ ଯେକୌଣସି ନେଟୱାର୍କରେ କଲ୍ କରିବାକୁ ଆପଣ ଅନଲିମିଟ୍ କଲିଂ ସେବା ପାଇବେ । ଏହା ବ୍ୟତୀତ ଜିଓ ନିଜର କିଛି ଖାସ୍ ସୁବିଧା ଯେପରିକି JioTV, JioCinema, JioSecurity ଓ JioCloudର ସୁବିଧା ଦେବ ।

ଯଦି ଆପଣ JioPhone ବ୍ୟବହାରକାରୀ ନୁହଁନ୍ତି ଏବଂ ଜଣେ ସାଧାରଣ Jio ବ୍ୟବହାରକାରୀ, ତେବେ ଆପଣ ବାର୍ଷିକ ପ୍ଲାନ୍ ପାଇଁ ସବୁଠାରୁ ଶସ୍ତା ପ୍ଲାନ୍ ୨୫୪୫ ଟଙ୍କା ରିଚାର୍ଜ କରିପାରିବେ, ଯେଉଁଥିରେ ୩୩୬ ଦିନର ବୈଧତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.