Below header

ଲଞ୍ଚ ହେଲା ୩୨ ଇଞ୍ଚ ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

ଯଦି ଆପଣ ମଧ୍ୟ କୌଣସି ଶସ୍ତା ସ୍ମାର୍ଟ ଟିଭି ଖୋଜରେ ଅଛନ୍ତି ତେବେ ସାମି ଇନଫରମେଟିକସ୍ ଭାରତୀୟ ବଜାରରେ ସବୁଠାରୁ ଶସ୍ତା ୩୨ ଇଞ୍ଚର ସ୍ମାର୍ଟ ଟିଭିକୁ ଲଞ୍ଚ କରିଛି। ସାମିର ଏହି ୩୨ ଇଞ୍ଚର ସ୍ମାର୍ଟ ଟିଭିର ଦାମ ଜାଣିଲେ ଆପଣ ଖୁସିରେ ଝୁମିଉଠିବେ କାରଣ ଏହାର ଦାମ ହେଉଛି ମାତ୍ର ୫,୯୯୯ ଟଙ୍କା। ଏହାର ନାମ ରଖାଯାଇଛି ସେମି ନ୍ୟୁ ଇ-ଗ୍ୟାଲୋରୀ।

ଏହି ସ୍ମାର୍ଟ ଟିଭିର ଖାସିୟତ ହେଉଛି ଏହାର ବଡି ମଜୁବତ ଗ୍ଲାସ ଏବଂ କାଠିର ଫ୍ରେମରେ ତିଆରି କରାଯାଇଛି। ଏହାସହିତ କମ୍ପାନୀ ଦାବି କରିଛି ଯେ ଏହି ଟିଭିକୁ ମେକ ଇନ୍ ଇଣ୍ଡିଆ ଏବଂ ଷ୍ଟାର୍ଟଅପ ଇଣ୍ଡିଆ ଦ୍ୱାରା ତିଆରି କରାଯାଇଛି।

smart tvଏହି ଟିଭିରେ ଆଣ୍ଡ୍ରଏଡ୍ ସପୋର୍ଟ ଦିଆଯାଇଛି। ଆପଣ ଏହି ଟିଭିରେ ଗୁଗଲ ପ୍ଲେ-ଷ୍ଟୋରରୁ ମନଲାଖି ଆପ୍ ଡାଉନଲୋଡ୍ କରିପାରିବେ। ଏହି ଟିଭିରେ ଓ୍ଵାଇ-ଫାଇ ଏବଂ ବ୍ଲୁଟୁଥର ମଧ୍ୟ ସପୋର୍ଟ ଦିଆଯାଇଛି। ସୁନ୍ଦର ଅଡିଓ ପାଇଁ ଏଥିରେ ସରାଉଣ୍ଡ ଅଡିଓର ଫିଚର ଦିଆଯାଇଛି।

ଏହାସହ ପଢନ୍ତୁ : Asus ଭାରତରେ ଲଞ୍ଚ କରିଛି ଡବଲ ସ୍କ୍ରୀନର ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାମି ପୂର୍ବରୁ ଚଳିତ ବର୍ଷ ୪,୯୯୯ ଟଙ୍କାର ସ୍ମାର୍ଟ ଟିଭିକୁ ଲଞ୍ଚ କରିଥିଲା। ସେହି ଟିଭିରେ ବି ଆଣ୍ଡ୍ରଏଡ୍ ସପୋର୍ଟ ଦିଆଯାଇଥିଲା ଏବଂ ସ୍ମାର୍ଟ ଟିଭିରେ ଅନେକ ଫିଚର୍ସ ଦିଆଯାଇଥିଲା। ଏହି ନୂଆ ଟିଭିର ବିକ୍ରି ମଧ୍ୟ ସେମି ଆପ୍ ରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.