ସୁନ୍ଦରଗଡ଼: ବନବିଭାଗର ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ଗଜରାଜ

ସୁନ୍ଦରଗଡ଼ (କେନ୍ୟୁଜ୍) : କୂଅରୁ ବାହାରିଲା ହାତୀ। ବନବିଭାଗର ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ଗଜରାଜ। ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ବିରତୋଲା ଜଙ୍ଗଲ ନିକଟ ପଞ୍ଚୁପଡ଼ା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ହାତୀଟି ପଡ଼ିଯାଇଥିଲା। ଆଜି ସକାଳେ ହାତୀକୁ ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା । ଗତ ଏକ ମାସ ହେବ ହାତୀପଲ ବଡ଼ଗାଁ କୁଣ୍ଡା ଅଞ୍ଚଳରେ ହାତୀ ପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ଅନେକ ଘର ଭାଙ୍ଗିଛନ୍ତି । କିଛି ଦିନ ପୂର୍ବରୁ ହାତୀ ପଲ କୁତ୍ରା ନିକଟସ୍ଥ ଗଙ୍ଗାଜଲ ଗାଁ ନିକଟକୁ ଆସିବା ସହ ରାଜ୍ୟ ରାଜପଥରେ ବୁଲୁଥିଲେ । ହାତୀ ପଲଙ୍କ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.