Below header

ଶତ ଚେଷ୍ଟା ପରେ ବି ଲ୍ୟାଣ୍ଡର ବିକ୍ରମ ସମ୍ପର୍କରେ ମିଳିପାରୁ ନାହିଁ କୌଣସି ତଥ୍ୟ

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଦ୍ୱାରା ନିକଟରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ଚନ୍ଦ୍ରର ଚାରିପଟେ ଘୁରୁଥିବା ଆର୍ବିଟର ଦ୍ୱାରା ଉଠାଯାଇଥିବା ଫୋଟୋରେ ଲ୍ୟାଣ୍ଡର ବିକ୍ରମ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ଏହି ଆର୍ବିଟର ମହାକାଶର ସେହି ସେହି ସ୍ଥାନ ଦେଇ ଯାଇଥିଲା ଯେଉଁଠାରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଓଲ୍ହାଇବାକୁ ଚେଷ୍ଟା କରିଥିଲା । ତଥାପି ବିକ୍ରମ ସମ୍ପର୍କରେ କୌଣସି ସୂଚନା ଏହାକୁ ମିଳିନଥିଲା । ସୂଚନା ଯୋଗ୍ୟଯେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ ଗତ ସେପ୍ଟେମ୍ବର ମାସ ୭ ତାରିଖରେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ପ୍ରାନ୍ତରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟ ଲ୍ୟାଣ୍ଡିଙ୍ଗ କରାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ମାତ୍ର ୨.୫ କିମି ଦୂରରୁ ହିଁ ଲ୍ୟାଣ୍ଡର ଠାରୁ ସମ୍ପର୍କ କଟିଯିବା ପରେ ବିକ୍ରମ ସମ୍ପର୍କରେ ଏଯାବତ କୌଣସି ତଥ୍ୟ ମିଳି ପାରିନାହିଁ ।

lunar moon images

ଲୁନାର ରିକନିସେନ୍ସ ଆର୍ବିଟରର ପରିଯୋଜନା କରିଥିବା ବୈଜ୍ଞାନିକ ନୋଆହ ଏଡ଼ୱାର୍ଡ଼ ପେଟରୋ ଇ-ମେଲ ମାଧ୍ୟମରେ ବିଶେଷ କଥାବାର୍ତ୍ତା ଅବସରରେ ଏକ ନ୍ୟୁଜ ଏଜେନ୍ସିକୁ କହିଥିଲେକି, ଏଲଆରଓ ମିଶନ ଗତ ଅକ୍ଟୋବର ୧୪ ତାରିଖରେ ଲ୍ୟାଣ୍ଡର ବିକ୍ରମ ସମ୍ବନ୍ଧରେ ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାକୁ ଚନ୍ଦ୍ର ସମ୍ପର୍କିତ ସେପରି କୌଣସି ଖାସ ସୁରାକ ମିଳିପାରିନଥିଲା । ପିଟ୍ରୋ ଏହା ମଧ୍ୟ କହିଛନ୍ତି କି ତାଙ୍କ କ୍ୟାମେରା ଟିମ ବହୁ ସତର୍କତାର ସହ ଫୋଟୋ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ଟେକନିକର ଉପଯୋଗ କରି ପତ୍ତା ଲଗାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫାଇଦା ହୋଇନଥିଲା ।

ଏହା ସହ ପଢନ୍ତୁ: ଏହା ହେଉଛି ଏକ ଦାମୀ ବିରଳ ମାଛ, ଯାହାକୁ ଧରି ଧୀବର ମାନେ ହୋଇଥାନ୍ତି ମାଲାମାଲ

ଏଲଆରଓ ମିଶନର ପରି ଯୋଜନା କରିଥିବା ଆଉ ଜଣେ ବୈଜ୍ଞାନିକ ଜନ କେଲର ପିଟିଆଇକୁ ସାକ୍ଷାତ୍କାର ଦେବା ଅବସରରେ କହିଛନ୍ତିକି, ହୁଏତ ଏହା ମଧ୍ୟ ସମ୍ଭବ ହୋଇଥାଇପାରେ କି ବିକ୍ରମ କୌଣସି ଏକ ବଡ ଗ୍ରହର ଛାଇ ତଳେ ଲୁଚି ଯାଇପାରିଥାଏ । ଯେଉଁ ଜାଗାରେ ତାକୁ ଖୋଜିବାକୁ ଚେଷ୍ଟା କରାଯାଉଛି ହୁଏତ ସେ ସ୍ଥାନରେ ସେ ନଥାଇପାରେ । ତାଙ୍କ କହିବା ଅନୁଯାୟୀ ଚନ୍ଦ୍ର ପୃଷ୍ଠର କିଛି କିଛି ସ୍ଥାନ ପ୍ରାୟ ସବୁ ସମୟରେ ଛାଇ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ । ଅତ୍ୟଧିକ ଅନ୍ଧକାର ହେତୁ  ସେ ସମ୍ପର୍କରେ ତଥ୍ୟ ହାସଲ କରିବା ସେତେଟା ସହଜ ହେଉନାହିଁ । ଏହା ପରେ ଅକ୍ଟୋବର ୧୭ ତାରିଖରେ ଫୋଟୋ ନିଆଯିବାକୁ ଓ ତାହା ସମ୍ପର୍କରେ ତଥ୍ୟ ହାସଲ କରିବାକୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେପରି କୌଣସି ସୁଫଳ ମିଳିପାରିନାହିଁ ।
ତଥାପି ବିକ୍ରମ ସମ୍ପର୍କରେ କୌଣସି ସୂଚନା ଏହାକୁ ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.