ସମୁଦ୍ର ଭିତରେ ରହିଛି ଏଭଳି ଘର, ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକମାନେ ପିକନିକ୍ ଯିବା ବେଳେ ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି। ବିଶ୍ୱରେ ସମସ୍ତ ହୋଟେଲରେ ଫଳ, ଫୁଲ ରହିଥାଏ। ଏହା ବ୍ୟତୀତ ବିଶ୍ୱରେ ସେଓ୍ଵନ ଏବଂ ଫାଇଭ ଷ୍ଟାର ହୋଟେଲ ବହୁତ ରହିଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ସମୁଦ୍ର ଭିତରେ ଥିବା ମାଛମାନଙ୍କ ଭିତରେ ମଧ୍ୟ ହୋଟେଲ ରହିଛି, ଯେଉଁଠାରେ ଆପଣମାନେ ରହିପାରିବା ସହ ଏହି ସ୍ୱତନ୍ତ୍ର ଯାଗାର ମଜା ଉଠାଇ ପାରିବେ। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏଭଳି ୫ଟି ହୋଟେଲ ବିଷୟରେ କହିବାକୁ ଯାଉଛୁ , ଯାହା ସମୁଦ୍ର ଭିତରେ ଅବସ୍ଥିତ।

ପୋଜିଡନ୍ ଅଣ୍ଡରଓ୍ଵାଟର, ଫିଜି:

ପ୍ରାକୃତିକ ସୌନ୍ଧର୍ଯ୍ୟ କାରଣରୁ ଫିଜିର ଏହି ହେଟେଲ ପର୍ଯ୍ୟଟକମାନଙ୍କୁ ବିଶେଷ ରୂପେ ଆକର୍ଷିତ କରିଥାଏ। ଏହି ପୋଜିଡନ୍ ଅଣ୍ଡର ଓ୍ଵାଟର ପାଇଁ ହିଁ ଏହି ହୋଟେଲରେ ଲୋକମାନେ ରହିବା ପାଇଁ ଲୋକମାନେ ପସନ୍ଦ କରିଥାନ୍ତି। ଏହି ହୋଟେଲ ପାଞ୍ଚ ହଜାର ଏକର କ୍ଷେତ୍ରର ପାଣି ମଧ୍ୟରେ ଅବସ୍ଥିତ। ଏହାବ୍ୟତୀତ ଏହି ହୋଟେଲରେ ରହିବାର ଖର୍ଚ୍ଚ ମଧ୍ୟ ଖୁବ୍ ଅଧିକ। ଏଠାରେ ଗୋଟିଏ ରାତି ରହିବା ପାଇଁ ପାଖାପାଖି ୧୫ ହଜାର ଡଲାର କିମ୍ବା ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ।

roomଦ ସିମାଓ ଓ୍ଵାଟରଲ୍ୟାଣ୍ଡ, ଚୀନ୍‌:

ଏହି ହୋଟେଲ ଚୀନ୍ ର ସୋଗାଜିୟାଂଗର ଥିୟାନମେଂସନ ପାହାଡ ମଧ୍ୟରେ ଅବସ୍ଥିତ। ୧୯ମହଲା ଏହି ହୋଟେଲ ପାଣିର ୧୦୦ ମିଟର ଭିତରେ ଅବସ୍ଥିତ। ଏଥିରେ ୩୮୦ ରୁମ୍ ରହିଛି। ଏହାକୁ ବ୍ରିଟେନ୍ ର ଡିଜାଇନିଂ ଫର୍ମ ଏଟକିନ୍ସ ଡିଜାଇନ୍ କରିଥିଲେ। ଏହାକୁ ଗୁମ୍ଫା ହୋଟେଲ ମଧ୍ୟ କୁହାଯାଇଥାଏ।

କ୍ରିସେଟ ହାଇଡ୍ରୋପୋଲିସ, ଦୁବାଇ:

କ୍ରିସେଟ ହାଇଡ୍ରୋପୋଲିସ ଦୁବାଇର ସବୁଠାରୁ ଲୋକପ୍ରିୟ ଅଣ୍ଡରଓ୍ଵାଟର ହୋଟେଲ୍‌। ଏହି ହୋଟେଲ୍‌ରେ ରୁମ୍ ରୁ ନେଇ ଡାଇନିଂ ଏବଂ ମିଟିଙ୍ଗ୍ ହଲ ସବୁ ଯାଗା କାଚରେ ତିଆରି ହୋଇଛି। ଏହି କାରଣରୁ ଏହି ହୋଟେଲରେ ସମୁଦ୍ର ଭିତରେ ଥିବା ମାଛ ଏବଂ ଅନ୍ୟ ଜୀବଜନ୍ତୁ ସହଜରେ ଦେଖାଯାଇଥାନ୍ତି।

room1ହୁଓ୍ଵାଫେନ ଫୁସି:

ହୁଓ୍ଵାଫେନ ଫୁସି ମାଳଦୀପର ଲୋକପ୍ରିୟ ଅଣ୍ଡର ଓ୍ଵାଟର ହୋଟେଲ, ଏହି ହୋଟେଲ ସବୁଠାରୁ ଖାସ୍ କଥା ହେଉଛି ଏହାକୁ ଖୁବ୍ ସୁନ୍ଦର ଭାବେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ହୋଟେଲର ବାହାର ଭାଗକୁ ମଧ୍ୟ ସୁନ୍ଦର ଭାବେ ଡିଜାଇନ୍ କରାଯାଇଛି। ଏହି ହୋଟେଲରେ ଇନଡୋର ଷ୍ଟାଡିୟମ ଠାରୁ ଆରମ୍ଭ କରି ସ୍ପା ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିଛି। ପାଣି ଭିତରେ ଅବସ୍ଥିତ ଏହି ହୋଟେଲରେ ସମୁଦ୍ର ଖୁବ୍ ସୁନ୍ଦର ଦେଖାଯାଇଥାଏ।

ଏହାସହ ପଢନ୍ତୁ:

ମାନ୍ଟା ରିଜାର୍ଟ:

ମାନ୍ଟା ରିଜାର୍ଟ ଆଫ୍ରିକା ସମୁଦ୍ରର ୧୩ ଫୁଟ୍ ତଳେ ଅବସ୍ଥିତ। ଏହି ହୋଟେଲର ରୁମ୍ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏଠାରେ ସମସ୍ତ ପ୍ରକାର ସବୁଧା ରହିଛି। ଏହି ହୋଟେଲରେ ଗୋଟିଏ ରାତି ରହିବା ପାଇଁ ପାଖାପାଖି ୧୦୦୦ ଡଲାର ଦେବାକୁ ପଡ଼ିଥାଏ। ଏଠାରେ ମଧ୍ୟ ରହୁଥିବା ଲୋକମାନେ ଖୁବ୍ ସୁନ୍ଦର ଭାବେ ସମୁଦ୍ରର ଉପଭୋଗ କରିପାରିଥାନ୍ତି।