ଚାର୍ଜର ଝିନଝଟ୍‌ରୁ ମିଳିବ ମୁକ୍ତି ! କପଡାରୁ ଚାର୍ଜ ହେବ ସ୍ମାର୍ଟଫୋନ, ଆଖି ପିଛୁଳାକେ ଫୁଲ୍‌ ହେବ ବ୍ୟାଟେରୀ

ବର୍ତ୍ତମାନ ଦୁନିଆରେ ଏମିତି ଅନେକ ଟେକ୍ନୋଲୋଜି ଆସିଗଲାଣି, ଯାହା ବିଷୟରେ ଆପଣ ଚିନ୍ତା କରିପାରିନଥିବେ। କିଛି ଏମିତି ରହିଛି, ଯାହା ପାଇଁ ଆମ ଜୀବନ ବଦଳିଯାଇଛି। ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ଆଉ ଏହାକୁ ଚାର୍ଜ କରିବା ପାଇଁ ଚାର୍ଜର ରଖୁଛନ୍ତି। ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଯୋଗୁଁ ଆଜିକାଲିର ଯୁବପିଢି ବାରମ୍ବାର ଫୋନକୁ ଚାର୍ଜ ମଧ୍ୟ କରୁଛନ୍ତି। ଆଉ ଆଜିକାଲି କିଛି କମ୍ପାନୀ ସ୍ମାର୍ଟଫୋନ ସହିତ ଚାର୍ଜର ମଧ୍ୟ ଦେଉନାହାନ୍ତି। ତେଣୁ ମାର୍କେଟରୁ ଆପଣଙ୍କୁ ପଇସା ଖର୍ଚ୍ଚ କରି ପୁଣି ଏକ ଚାର୍ଜର କିଣିବାକୁ ପଡୁଛି।

ମାର୍କେଟରେ E-Textile ନାମକ ଏକ ଟେକ୍ନିକ୍‌ ଆସିଛି, ଯାହା ଦ୍ୱାରା କପଡାରୁ ହିଁ ସ୍ମାର୍ଟଫୋନକୁ ଚାର୍ଜ କରିପାରିବେ। ଏହା ସାଧାରଣ କପଡା ଠାରୁ ସଂପୂର୍ଣ୍ଣ ଭାବେ ଭିନ୍ନ। ଏହାକୁ ଆପଣ ପିନ୍ଧିବା ପରେ ସ୍ମାର୍ଟଫୋନକୁ ଚାର୍ଜ କରିପାରିବେ। ଆପଣଙ୍କୁ ଏହା ମଜାକ୍‌ ଲାଗୁଥାଇପାରେ। କିନ୍ତୁ ଏହାକୁ ପିନ୍ଧିବା ପରେ ଆପଣ ନିଜର ସ୍ମାର୍ଟଫୋନକୁ ବହୁତ ସହଜରେ ଚାର୍ଜ କରିପାରିବେ। କପଡାଟି ନିଜ ଭିତରେ ସୋଲାର ଏନର୍ଜିକୁ ଷ୍ଟୋର କରି ରଖେ। ଯାହାଦ୍ୱାରା ଆପଣ ନିଜର ଫୋନକୁ ଚାର୍ଜ କରିବାରେ ସକ୍ଷମ ହୋଇପାରନ୍ତି।

ନଟିଂଘମର ଟ୍ରେଣ୍ଟ ୟୁନିଭରସିଟିର ବୈଜ୍ଞାନିକ ଏହି କପଡାକୁ ପ୍ରସ୍ତୁତ କରିଛନ୍ତି। ଆମେ ଯାହାକୁ କଳ୍ପନା ବୋଲି ଭାବୁଛେ, ତାହା ସତରେ ପରିଣତ ହୋଇଗଲାଣି। ଏହି ସ୍ୱତନ୍ତ୍ର କପଡା ନିଜ ଭିତରେ ସବୁ ଉର୍ଜା ସୁରକ୍ଷିତ କରି ରଖେ, ନିଜ ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ବ୍ୟବହାର କରିପାରିବେ। ଏହି କପଡା ପିନ୍ଧି ଆପଣ ସ୍ମାର୍ଟଫୋନ ସହିତ ସ୍ମାର୍ଟଓ୍ଵାଚ ଏବଂ ଇଆରବଡସ ମଧ୍ୟ ଚାର୍ଜ କରିପାରିବେ।

ଏହାକୁ ତିଆରି କରିବା ପାଇଁ ବୈଜ୍ଞାନିକ ମାନେ ଛୋଟ ଛୋଟ ୧,୨୦୦ ଫଟୋଭୋଲଟିକ ସେଲ( ସୋଲାର ପ୍ୟାନେଲ)ର ବ୍ୟବହାର କରିଛନ୍ତି। ଏହି କାରଣ ଯୋଗୁଁ ଏହା ଭିତରେ ସବୁ ଉର୍ଜାକୁ ଷ୍ଟୋର କରି ରଖେ। ଯାହାର ବ୍ୟବହାର କରିବା ପରେ ନିଜର ସ୍ମାର୍ଟଫୋନକୁ ଚାର୍ଜ କରିପାରିବେ। ଏହି ଫ୍ୟାବ୍ରିକ୍‌ ୪୦୦ ମିଲିଓ୍ଵାଟ୍‌ର ଇଲେକ୍ଟ୍ରିକ ଏନର୍ଜି ଉତ୍ପନ୍ନ କରିଥାଏ। ଯାହା ପାଇଁ ସହଜରେ ଆପଣ ସହଜରେ ଫୋନ ଚାର୍ଜ କରିପାରିବେ। ତେବେ ବର୍ତ୍ତମାନ ଏହା ଉପରେ କାମ ଚାଲିଛି। ଭବିଷ୍ୟତରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।