୨୦୨୦ ସୁଦ୍ଧା ଗ୍ରାହକଙ୍କୁ ମିଳିବନି ଏହି ସୁବିଧା, ଆଉଟ୍‌ଗୋଇଂ କଲିଂ ପାଇଁ ପ୍ରତି ମିନିଟ୍‌ରେ ଦେବାକୁ ପଡ଼ିବ ୬ ପଇସା

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ମୋବାଇଲ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ଟ୍ରାଇ ନିଜର ଏକ ଆଦେଶରେ ମତ ରଖିଛି କୌଣସି ଅପରେଟର ନେଟଓ୍ଵର୍କରୁ ଅନ୍ୟ ନେଟଓ୍ଵର୍କକୁ କରାଯାଉଥିବା ମୋବାଇଲ କଲ୍‌ରେ ପ୍ରତି ମିନିଟ୍‌ ପ୍ରତି ୬ ପଇସା ଶୁଳ୍କ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବା ବର୍ତ୍ତମାନ ଏହି ଶୁଳ୍କ ୩୧ ଡିସେମ୍ବର , ୨୦୨୦ ପର୍ଯ୍ୟନ୍ତ ଦେବାକୁ ପଡିବ। ଟ୍ରାଇ ଗତ ମଙ୍ଗଳବାର ଦିନ ନିଜର ଏକ ବୟାନରେ ସୂଚନା ଜରିଛି, ଓ୍ଵାୟରଲେସ୍‌ ରୁ ଓ୍ଵାୟରଲେସ୍‌ ଘରୋଇ କଲରେ ମିନିଟ୍‌ ପ୍ରତି ୬ ପଇସା ଶୁଳ୍କ ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ଜାରି ରହିବ।

trai-ପୂର୍ବରୁ ଏହି ଶୁଳ୍କ ମିନିଟ୍‌ ପ୍ରତି ୧୪ ପଇସା ରହିଥିଲା, ଯାହାକୁ ୧ ଅକ୍ଟୋବର, ୨୦୧୭ ରେ ହଟାଇ ୬ ପଇସା ପ୍ରତି ମିନିଟ୍‌କୁ କରାଯାଇଥିଲା। ସୂଚନା ଅନୁଯାୟୀ କୁହାଯାଇଥିଲା ୧ ଜାନୁଆରୀ , ୨୦୨୦ ପୂର୍ବରୁ ଏହି ଶୁଳ୍କକୁ ଶେଷ କରାଯିବ କିନ୍ତୁ ବର୍ତ୍ତମାନ ଟ୍ରାଇ ଏହି ଶୁଳ୍କ କୁ ଆହୁରି ଏକ ବର୍ଷ ପାଇଁ ବଢାଇଦେଇଛି। ରିପୋର୍ଟ ଅନୁଯାୟୀ ଟ୍ରାଇର ଏହି ନିଷ୍ପତିକୁ ସେଲ୍ୟୁଲର ଅପରେଟର୍ସ ଆସୋସିଏସନ ଅଫ୍‌ ଇଣ୍ଡିଆ (COAL) ସ୍ୱାଗତ କରିଛି। ସିଓଏଆଇ ମହାନିର୍ଦ୍ଦେଶକ ରାଜନ ଏସ. ମୈଥ୍ୟୁଙ୍କ କହିବା ଅନୁଯାୟୀ ଟ୍ରାଇର ଏହି ନିଷ୍ପତି ଉଚିତ ଦିଗରେ ରହିଛି ଏବଂ ଏହା ସ୍ୱାଗତ ଯୋଗ୍ୟ। ।

ଜିଓକୁ ବଡ ଝଟକା:

trai--ଟ୍ରାଇର ଏହି ନିଷ୍ପତିରେ ଜିଓକୁ ମଧ୍ୟ ବଡ ଝଟକା ଲାଗିଛି, କାରଣ ଆଇୟୁସି ର ଶୁଳ୍କ ଘୋଷଣାରେ ଜିଓ ମତ ରଖିଥିଲା ଏହି ଶୁଳ୍କ କିଛି ମାସ ପାଇଁ ଲାଗୁ କରାଯାଉଛି। ଏହାପରେ ଗ୍ରାହକମାନେ ଲାଭ ପାଇପାଇବେ କିନ୍ତୁ ବର୍ତ୍ତମାନ ଜିଓ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆଇୟୁସି ଶୁଳ୍କଶେଷ କରିପାରିବ ନାହିଁ। ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଆଇୟୁସି ଶୁଳ୍କ ଦେବାକୁ ପଡିବ। ଯେପରିକି ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନ୍‌- ଆଇଡିଆ ଗ୍ରାହକଙ୍କୁ ଅନଲିମିଟେଡ କଲ୍‌ କରିପାରିବେ।

You might also like