Below header

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏହି ନୂତନ ଫିଚର, ଜାଣନ୍ତୁ କ’ଣ ହୋଇଛି ଅପ୍‌ଡେଟ୍‌

ଇନ୍‌ଷ୍ଟାଣ୍ଟ ମଲ୍ଟିମିଡିଆ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏବେ ଅପ୍‌ଡେଟ୍‌ ହେବାକୁ ଯାଉଛି। ଏହି ଆପ୍‌ ଖୁବ୍‌ଶୀଘ୍ର ସବୁଠାରୁ ବଡ଼ ଫିଚର ଜାରି କରିବାକୁ ଯାଉଛି। ହ୍ଵାଟ୍ସଆପ୍‌ର ଫିଚରକୁ ଟ୍ରାକ୍‌ କରୁଥିବା ସାଇଟ୍‌ WABetaInfo ଦାବି କରିଛି ଯେ ହ୍ଵାଟ୍ସଆପ୍‌ ଏକ ଏଭଳି ଫିଚରରେ କାମ କରୁଛି ଯାହା ଆସିବା ପରେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଫୋନ୍‌ର ପୁରୁଣା ମେସେଜ୍‌ ଆପେ ଆପେ ଡିଲିଟ୍‌ ହୋଇଯିବ।

ଏହାସହ ପଢନ୍ତୁ: ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

ଏଥିପାଇଁ ହ୍ଵାଟ୍ସଆପ୍‌ରେ ଡିସ୍‌ଆପିୟର୍ଡ ଫିଚର ଜାରି କରାଯିବ ଯାହାକୁ ସିଲେକ୍ଟ କରିବା ପରେ ସମସ୍ତ ଚାଟ୍‌ ଗାୟବ ହୋଇଯିବ। ସୂଚନାଯୋଗ୍ୟ ଯେ, ଚାଟ୍‌ ଗାୟବ ହେଉଥିବା ଡିସ୍‌ଆପିୟର୍ଡ ଫିଚର ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ୍‌ରେ କାମ କରୁଛି।

ରିପୋର୍ଟ ଅନୁସାରେ, ଆଉ ମାତ୍ର କିଛି ଦିନ ପରେ କେତେକ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ବ୍ୟବହାରକାରୀଙ୍କୁ ହ୍ଵାଟ୍ସଆପ୍‌ର ସପୋର୍ଟ ମିଳିବ ନାହିଁ। ଟେକ୍‌ ୱେବ୍‌ସାଇଟ୍‌ WABetainfo ଏ ନେଇ ସୂଚନା ଦେଇଛି। WABetainfo ର କହିବାନୁସାରେ, ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ବ୍ୟବହାରକାରୀ ୨୦୨୦ ଫେବୃଆରୀ ୧ ତାରିଖଠାରୁ ଆଉ ହ୍ଵାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ପୂର୍ବରୁ ହ୍ଵାଟ୍ସଆପ୍‌ ଓ୍ଵିଣ୍ଡୋ ୮ରେ ସପୋର୍ଟ କରିବା ବନ୍ଦ କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.