ଯାଜପୁର: ପ୍ରଶାସନ ବଞ୍ଚାଓ! ଅନ୍ଧ ବିଶ୍ବାସର ଶିକାର ହୋଇ ସାପକାମୁଡା ରୋଗୀ ଡାକ୍ତରଖାନା ନଯାଇ ଗଲେ ମନ୍ଦିରକୁ

ଯାଜପୁର ରୋଡ(କେନ୍ୟୁଜ୍): ସାପ କାମୁଡାରେ ଆହତ ହୋଇଥିବା ବ୍ୟକ୍ତି ଡାକ୍ତରଖାନା ନଯାଇ ଅଧିଆ ପଡିଲେ ମନ୍ଦିରରେ। ଏଭଳି ଦ୍‌ଶ୍ୟ ଦେଖିବାକୁ ମିଳିଛି କୋରେଇ ବ୍ଲକ ଅନ୍ତର୍ଗତ ଆସନଝର ଗାଁରେ । ଗ୍ରାମର ରମାକାନ୍ତ ନାୟକ(୪୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କୁ ଏକ ଚମ୍ପା ସାପ କାମୁଡି ଦେଇଥିଲା। ସାପ କାମୁଡିବା ଜାଣି ରମାକାନ୍ତ ଘରକୁ  ଫେରୁଥିଲେ ହଠାତ ଫେରିବା ବାଟରେ ଅଚେତ ହୋଇ ପଡିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଦେଖି ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଡକାଇଥିଲେ । କିନ୍ତୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗ୍ରାମର ଆଖଣ୍ଡଳମଣୀ ମିନ୍ଦରକୁ ନେଇଥିଲେ।  ଗାଁର କିଛି ବୁଦ୍ଧିଜୀବୀ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେବା ପରେ ମଧ୍ୟ ପରିବାର ଲୋକେ କାହା କଥା ଶୁଣି ନଥିଲେ ଓ ସିଧା ମନ୍ଦର ବେଢାକୁ ନେଇଯାଇଥିଲେ। ସାପ କାମୁଡା ରୋଗୀ ଜଣକ ଏପର୍ଯ୍ୟନ୍ତ ଅଧିଆ ପଡି ରହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି କିଛି ବି ଅଘଟଣ ଘଟିଯାଏ ତେବେ କିଏ ଦାୟୀ ରହିବେ?

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.