Below header

ବିନା ହେଡଫୋନରେ ହ୍ବାଟସଅପର ଭଏସ ମେସେଜକୁ କେମିତି ଶୁଣିବେ ଜାଣନ୍ତୁ

ଧରାଯାଉ ଯେ ଆପଣ କେଉଁ ମିଟିଙ୍ଗରେ ଅଛନ୍ତି କିମ୍ବା ଅଫିସରେ ଅଛନ୍ତି ଏବଂ ସେହି ସମୟରେ ଆପଣଙ୍କ ହ୍ବାଟସଅପକୁ କୌଣସି ଅଡିଓ କିମ୍ବା ଭଏସ ମେସେଜ୍ ଆସିଲା ଏବଂ ସେହି ସମୟରେ ଆପଣଙ୍କ ପାଖରେ ହେଡଫୋନ ନାହିଁ ତେବେ ସେହି ଭଏସ ମେସେଜକୁ ଆପଣ ଶୁଣିପାରିବେ ନାହିଁ କାରଣ ଆପଣଙ୍କ ପାଖରେ ହେଡାଫୋନ ନାହିଁ। ଆଉ ବିନା ହେଡଫୋନରେ ଆପଣ କେମିତି ଶୁଣିବେ। ଏହାକୁ ବିନା ହେଡଫୋନରେ କେମିତି ଶୁଣିବେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଏହି ଟ୍ରିକ୍ ସାହାଯ୍ୟରେ ଆପଣ ବିନା ହେଡଫୋନ ଏବଂ କାହାକୁ ନ ଜଣାଇ ଅଡିଓ ମେସେଜକୁ ଶୁଣି ପାରିବେ।

ଚୁପଚାପ୍ ଭଏସ ମେସେଜକୁ ଶୁଣିବାର ଉପାୟ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ହ୍ବାଟସଅପରେ ପୂର୍ବରୁ ହିଁ ରହିଛି। କିନ୍ତୁ ଆପଣଙ୍କ ମଧ୍ୟରେ ବହୁତ କମ୍ ଲୋକ ଏହି ବିଷୟରେ ଜାଣିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ କେମିତି ବିନା ହେଡଫୋନରେ ଆପଣ ଏହାକୁ କେମିତି ଶୁଣିବେ। ଧରିନଆଯାଉ ଆପଣଙ୍କ ହ୍ବାଟସଅପକୁ କେହି ଭଏସ ମେସେଜ୍ ପଠାଇଲେ ତେବେ ମେସେଜକୁ ଡାଉନଲୋଡ୍ କରିବା ପରେ ପ୍ଲେ ବଟନ ଦବାନ୍ତୁ ଏବଂ କାନ ପାଖରେ ଫୋନକୁ ଲଗାଇ ଦିଅନ୍ତୁ। ଠିକ ସେପରି ଯେମିତି ଆପଣ କାହା ସହିତ କଥା ହେଉଥିଲେ ରଖନ୍ତି। ଏବେ ଆପଣ ବିନା ହେଡଫୋନ ବ୍ୟବହାର କରି ହ୍ବାଟସଅପରେ ଭଏସ ମେସେଜ୍ ଶୁଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.