ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ, ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

ଖୋର୍ଦ୍ଧା (କେନ୍ୟୁଜ୍) : ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ବଳାଙ୍ଗ ପଞ୍ଚାୟତର ମୁକୁନ୍ଦପୁର ଗାଁରେ ତିଆରି ପାଇଖାନାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ହିତାଧୀକାରୀଙ୍କୁ ନପଚାରି ସେମାନଙ୍କ ସ୍ଥାନରେ ପାଇଖାନା ନିର୍ମାଣ କରିଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଫଳରେ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କାର ମିଛ ବିଲ କରି ବ୍ଲକ ପ୍ରଶାସନରୁ ଟଙ୍କା ଉଠା ଯାଇଛି । ନିମ୍ନମାନର କାମ ହୋଇଥିବାରୁ ତାହା ଲୋକଙ୍କ କାମରେ ଆସୁନି । ଉଭୟ ଠିକାଦାର ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁ ଏଭଳି ହୋଇଥିବା ବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.