ବର୍ମିଂହାମ : ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ଚତୁର୍ଥ ଶତକ, ବାଂଲାଦେଶକୁ ଭାରତ ଦେଲା ୩୧୫ ରନ୍‌ର ବିଜୟଲକ୍ଷ୍ୟ

ବର୍ମିଂହାମ : ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶ ଆଗରେ ରଖିଛି ୩୧୫ ରନ୍‌ର ବିଜୟ ଲକ୍ଷ୍ୟ । ଓପ୍ନର ରୋହିତ ଶର୍ମା ଚଳିତ ବିଶ୍ୱ କପ୍‌ରେ ତାଙ୍କର ଚତୁର୍ଥ ଶତକ ହାସଲ କରିଥିବା ବେଳେ ଲୋକେଶ ରାହୁଲ ୭୭ ରନ୍‌ କରିଥିଲେ । ଏମାନେ ପ୍ରଥମ ଓ୍ଵିକେଟ୍‌ ଭାଗିଦାରୀରେ ୩୦ ଓଭର ଭିତରେ ୧୮୦ ରନ୍‌ ଯୋଡ଼ିଥିଲେ । ରୋହିତ ୯୨ ବଲ୍‌ର ସାମନା କରି ୧୦୪ ରନ୍‌ (୭ ଚୌକା, ୫ ଛକା)ରେ ଆଉଟ୍‌ ହୋଇଥିଲେ ।

MISTAFIZUR
ମୁସ୍ତାଫିଜୁର ରେହମାନ : ୫ ଓ୍ଵିକେଟ୍‌

ପରେ ଅଧିନାୟକ ବିରାଟ କୋହଲି ୨୭ ବଲ୍‌ରେ ୨୬ ରନ୍‌, ଋଷଭ ପନ୍ତ ୪୧ ବଲ୍‌ରେ ୪୮ ରନ୍‌ (୬ ଚୌକା, ୧ ଛକା), ପାଣ୍ଡ୍ୟା ଶୂନରେ ଆଉଟ୍‌ ହୋଇଥିବା ବେଳେ ଧୋନି ୩୩ ବଲ୍‌ରୁ ୩୫ ରନ୍‌ ସ୍କୋର କରିଥିଲେ । ମଧ୍ୟଭାଗ ଓ ଶେଷ ଭାଗର ବିଫଳତା ଯୋଗୁଁ ଭାରତୀୟ ଦଳ ଆହୁରି ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୩୧୪ ରନ୍‌ କରିଛି ।
ଭାରତ ପାଇଁ ଘାତକୁ ସାଜିଥିଲେ ପେସ୍‌ ବୋଲର୍‌ ମୁସ୍ତାଫିଜୁର ରେହମାନ । ସେ ବାଂଲାଦେଶ ପକ୍ଷରୁ ବଢ଼ିଆ ବୋଲିଂ କରି ୧୦ ଓଭରରେ ୫୯ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.