Below header

ଉପବାଚସ୍ପତି କିଏ ? ଏବେବି ସ୍ପଷ୍ଟ କରୁନାହିଁ ବିଜେପି

ନୂଆଦିଲ୍ଲୀ (କେନ୍ୟୁଜ୍) : ଲୋକସଭା ଉପବାଚସ୍ପତି କିଏ ହେବେ ? ଏହାକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା। ବିଜେଡିର ଭର୍ତ୍ତୃହରି ମହତାବଙ୍କ ନାଁ ଉଠିଥିଲା। କିନ୍ତୁ ଏବେ ଜଣା ପଡିଛି, ବିଜେପି ଏହି ପ୍ରସଙ୍ଗକୁ ବର୍ତ୍ତମାନ ପାଇଁ ଶୀତଳ ଭଣ୍ଡାରରେ ରଖିଛି। କାରଣ ଉପ ବାଚସ୍ପତି ପଦ ନେଇ ଅନିଚ୍ଛା ପ୍ରକାଶ କରିଛି ବିଜେଡି। ଆଜି କିଛି ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଲୋକସଭାରେ ଉପବାଚସ୍ପତି ପଦ ଲାଗି କେନ୍ଦ୍ରର ଏନ୍ଡିଏ ସରକାର ଉଭୟ ୱାଇଏସ୍ଆର କଂଗ୍ରେସ ଓ ବିଜେଡିକୁ ଅନୁରୋଧ କରିଥିଲା। କିନ୍ତୁ ୱାଇଏଏସ୍ଆର ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଉପବାଚସ୍ପତିକୁ ପଦକୁ ଗ୍ରହଣ କରି ନଥିଲେ।

ଦଳର ଯୁକ୍ତି ଥିଲା, ଆନ୍ଧ୍ରର ଦାବି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା। ଦାବି ପୂରଣ ହେଲେ ଯାଇ ଉପବାଚସ୍ପତି ପଦ ଗ୍ରହଣ କରିବ ବୋଲି ୱାଇଏସ୍ଆର କଂଗ୍ରେସ ତରଫରୁ କୁହାଯାଇଥିଲା। ଏହାସହ ଚର୍ଚ୍ଚା ହେଉଥିଲା ଆନ୍ଧ୍ରରେ ୱାଇଏସ୍ଆର କଂଗ୍ରେସର ସଂଖ୍ୟାଲଘୁଙ୍କ ସମର୍ଥନ ରହିଛି। ଯଦି ବିଜେପି ସହ ବୁଝାମଣା ହୁଏ ତେବେ ଆନ୍ଧ୍ରରେ ଦଳକୁ ରାଜନୈତିକ କ୍ଷତି ହେବ। ଏବେ ବିଜେଡି ମଧ୍ୟ ପଦ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛି।

ଗଣମାଧ୍ୟମରେ ନିର୍ଦ୍ଦିଷ୍ଟ କୌଣସି କାରଣ ଦର୍ଶାଯାଇ ନଥିଲେ ମଧ୍ୟ, ରିପୋର୍ଟ ମୁତାବକ ବିଜେଡି କାହାକୁ ଉପବାଚସ୍ପତି କରିବା ତାର ନାଁ ଚୂଡ଼ାନ୍ତ କରି ପାରିନଥିଲା। ବର୍ତ୍ତମାନ ଚର୍ଚ୍ଚା ହେଉଛି, ୱାଇଏସଆର କଂଗ୍ରେସ ଭଳି ବିଜେଡି ମଧ୍ୟ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରୁଛି। ଏହାସହ ବିଜେଡିର ମଧ୍ୟ ରାଜ୍ୟରେ ସଂଖ୍ୟାଲଙ୍କୁ ସପୋର୍ଟ ବେସ୍ ରହିଛି। ଏ ପ୍ରସଙ୍ଗରେ କିନ୍ତୁ ବିଜେଡି ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.