Below header

ବାପ ବଦଳରେ ପୁଅ, ୩ଟି ଜାଗାରେ ବିଜେଡି ଦେଲା ଏମିତି ପ୍ରାର୍ଥୀ

ଭୁବନେଶ୍ବର (କେନ୍ୟୁଜ୍) : ଏଥର ବାପା ବଦଳରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପୁଅ। ବିଜେଡି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ନେତାଙ୍କ ପୁଅ। କଟକ-ଚୌଦାର ବିଧାନସଭା ନିର୍ବାଚନମଣ୍ଡଳୀ। ଦବଦବା ଜାହିର କରି ଆସୁଥିଲେ ହେଭିୱେଟ ନେତା ପ୍ରଭାତ ବିଶ୍ୱାଳ। କିନ୍ତୁ ସିବିଆଇ ଜାଲରେ ଛନ୍ଦି ହେବା ପରେ ନୈତିକତା ଦୃଷ୍ଟିରୁ ନିଜେ ନ ଲଢି ପୁଅଙ୍କ ପାଇଁ ରାସ୍ତା ଛାଡ଼ିଛନ୍ତି। ଏଥର ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ବିଜେଡି ଟିକେଟ୍‌ ଦେଇଛି। ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି ବାଙ୍କୀ ବିଧାନସଭା ନିର୍ବାଚନଣ୍ଡଳୀରେ। ସିବିଆଇ ମାମଲା କାରଣରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କୁ ଦଳ ଟିକେଟ୍‌ ଦେଇଛ ବୋଲି କୁହାଯାଉଛି।

ଗୋଟିଏ ପଟେ ସିବିଆଇରେ ଛନ୍ଦି ହୋଇଥିବା କାରଣରୁ ଦଳ ସେମାନଙ୍କୁ ଟିକେଟ୍‌ ଦେବ ନାହିଁ ବୋଲି ନିଷ୍ପତି ନେଇଥିଲା। ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ୍‌ ଦେଇଛି ଦଳ। କିନ୍ତୁ ଆଉ କିଛି ହେଭିୱେଟ୍‌ ଏଥର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ୍‌ ଦେବା ପାଇଁ ଦଳ ସୁପ୍ରିମୋଙ୍କୁ କହିଥିଲେ। ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବାପ ବଦଳରେ ପୁଅ ଏଣ୍ଟ୍ରି ମାରିଛନ୍ତି। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବଦଳରେ ତାଙ୍କ ପୁଅ ବିଷ୍ଣୁଦତ୍ତ ରାଉତରାୟଙ୍କୁ ଦଳ ଦେଇଛି ଟିକେଟ୍‌।

ବିଜେଡି ରାଜନୀତିରେ ଆଉ କିଛି ନେତା ନିଜ ବଦଳରେ ପୁଅକୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ତାହା ସଫଳ ହୋଇନାହିଁ। ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ନିର୍ବାଚନ ଲଢିବେ ନାହିଁ। କିନ୍ତୁ ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ ମଧ୍ୟ ତାହାକୁ ସୁପ୍ରିମୋ ଗ୍ରହଣ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.