ଅବୈଧ ସମ୍ପର୍କ ପାଇଁ ୮ ବର୍ଷର ଝିଅ ସାମ୍ନାରେ ସ୍ତ୍ରୀକୁ ଲଗାଇଲେ ନିଆଁ

କୋଲକାତା : ପଶ୍ଚିମବଙ୍ଗସ୍ଥିତ ଲିଲୁଆ ଅଞ୍ଚଳରେ ଜଣେ ସ୍ବାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ନିଆଁ ଲଗାଇ ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ବ୍ଯକ୍ତି ଜଣଙ୍କ ତାଙ୍କ ୮ ବର୍ଷର ଝିଅ ସାମ୍ନାରେ ଘଟାଇବା ସହ ଝିଅ ଉପରେ ସମସ୍ତ ଦୋଷ ଦେଇଥିଲେ। ସୂଚନା ମୁତାବକ, ସମୀର କର୍ମାକର (୩୯)ଙ୍କର ପତ୍ନୀ ତାଙ୍କର ଅବୈଧ ସମ୍ପର୍କ ବିଷୟରେ ଜାଣିଦେଇଥିଲେ। ମଙ୍ଗଳବାର ଦିନ ଦୁଇ ସ୍ବାମୀ-ପତ୍ନୀଙ୍କ ମଧ୍ୟରେ ଏହି କଥାକୁ ନେଇ ଖୁବ ଝଗଡ଼ା ଲାଗିଥିଲା। ଶେଷରେ ସ୍ବାମୀ ସମୀର ତାଙ୍କ ସ୍ତ୍ରୀଙ୍କୁ ଜିଅନ୍ତା ଜାଳି ଦେଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ ସେ ମରିବା ପୂର୍ବରୁ ପୋଲିସ ନିକଟରେ ନିଜର ବୟାନ ରଖିଥିଲେ। ଯାହାକୁ କେନ୍ଦ୍ର କରି ପୋଲିସ ସମୀରଙ୍କୁ ଗିରଫ କରିଛି।

Murder_୩୩ ବର୍ଷିୟ ମହିଳା ରୁପାଲି କର୍ମାକରଙ୍କ ଉପରେ ତାଙ୍କ ସ୍ବାମୀ ସମୀର ନିଜେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ତାଙ୍କର ୮ ବର୍ଷର ଝିଅ ଉପସ୍ଥିତ ଥିଲା। ଏହି ଘଟଣା ପରେ ତାଙ୍କ ପୁଅ ଭୟଭୀତ ହୋଇଯିବାରୁ ସମୀର ତାକୁ ଏକ ରୁମରେ ବନ୍ଦ କରିଦେଇଥିଲେ। ଯେତେବେଳେ ରୁପାଲିଙ୍କୁ ହସ୍ପିଟାଲ ଆଣାଗଲା ସେତେବେଳେ ତାଙ୍କ ଶରୀର ୮୦ ପ୍ରତିଶତ ଭାଗ ଜଳି ଯାଇଥିଲା। ଏହି ସମୟରେ ପୋଲିସ ନିକଟରେ ରୁପାଲି ନିଜର ବୟାନ ରଖି ନିଜର ସ୍ବାମୀଙ୍କୁ ଦୋଷୀ ବୋଲି କହିଥିଲେ। ଯାହାପରେ ପୋଲିସ ଏହି ଘଟଣା ଉପରେ ସମୀରଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖି ପଚରାଉଚରା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Woman-crimeଏହି ଘଟଣାରେ ତୃତୀୟ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅର ବୟାନ ଅନୁଯାୟୀ, ‘‘ମୋ ବାପା ଯେତେବେଳେ ମା ଙ୍କୁ ନିଆଁ ଲଗାଇଥିଲେ ସେତେବେଳେ ମୋ ମା ତାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ। ସେହି ସମୟରେ ମୋ ବାପା ତାଙ୍କୁ ପାଣି ଦେବା ପାଇଁ ମନା କରିବା ସହ ମତେ ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ। ମୁଁ ଜୋରରେ ଚିଲାଇବା ପରେ ଦାଦା- ଖୁଡି ଆସି କବାଟ ଖୋଲିଥିଲେ। କିନ୍ତୁ ସେ ମଧ୍ୟ ମୋ ମା ଙ୍କୁ ବଞ୍ଚାଇବା ପାଇଁ ମତେ ରୋକିଥିଲେ। ଠିକ ସେହି ସମୟରେ ପଡୋଶୀମାନେ ଆସି ପହଞ୍ଚିବାରୁ ପିଡିତାଙ୍କୁ ହାୱଡା ଜିଲ୍ଲା ସ୍ଥିତ ଏକ ହସ୍ପିଟାଲକୁ ନେଇ ଯାଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ପିଡ଼ିତା ଜଣକ ଏଠାରେ ପହଞ୍ଚିବା ସମୟରେ ତାଙ୍କ ଶରୀର ୮୦ଭାଗ ଅଂଶ ଜଳିଯାଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ମଧ୍ୟ ବଞ୍ଚାଇ ହୋଇପାରିନଥିଲା।