ପୁଣି ରାଣୀ ବନିଲେ ମର୍ଦାନୀ, ସୁଟିଂ ଲୋକେସନରୁ ଭାଇରାଲ ହେଲା ପ୍ରଥମ ଫଟୋ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ମର୍ଦାନୀ-୨ର ସୁଟିଂ ଏଥି ମଧ୍ୟରେ ଆରମ୍ଭ କରିଛନ୍ତି। ଫିଲ୍ମର ନିର୍ମାଣ ଯସରାଜ କରୁଥିବା ବେଳେ ଏନେଇ କମ୍ପାନି ନିକଟରେ ଫଟୋ ଶେୟାର କରିଛି। ଯେଉଁଥିରେ ରାଣୀ ପୁଣିଥରେ ପୋଲିସ ଅବତାରରେ ନଜର ଆସିଛନ୍ତି।

ରାଣୀ ମୁଖାର୍ଜୀ ନିଜର ସୁପରହିଟ ଫିଲ୍ମ ମର୍ଦାନୀରେ ଜଣେ ଆକ୍ରୁଷ୍ଟ ଏବଂ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ସେ ଏକ ଶିଶୁ ଚାଲାଣ କରୁଥିବା ସଂସ୍ଥା ଉପରୁ ପରଦା ଉଠାଇଥିଲେ। ଏହି ଫିଲ୍ମ ୨୦୧୪ରେ ଆସିଥିଲା। ଏହି ଫିଲ୍ମଟି ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିଲା। ତେବେ ଏନେଇ ଏବେ ଏହାର ଦ୍ବିତୀୟ ସଂସ୍କରଣ ଆସିବାକୁ ଯାଉଛି। ଯେଉଁଥିରେ ପୁଣି ଥରେ ପୋଲିସ ଚରିତ୍ରରେ ନଜର ଆସିବେ ରାଣୀ ମୁଖାର୍ଜୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.