Below header

ଭୁବନେଶ୍ୱର ଓ ପୁରୀରେ ପ୍ରବଳ ବର୍ଷା ଜାରି, ଗୋପାଳପୁରରେ ୯୩ ମିଲିମିଟର ବର୍ଷା ରେକର୍ଡ଼

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆସନ୍ତାକାଲି ସକାଳେ ପୁରୀ ଠାରେ ଲ୍ୟାଣ୍ଡଫଲ୍‌ କରିବ । ତେବେ ତା ପୂର୍ବରୁ ଫନିର ପ୍ରଭାବ ଦେଖିବାକୁ ମିଳିଛି । ପୁରୀ, ଭୁବନେଶ୍ୱର ଓ ଗଞ୍ଜାମରେ ପ୍ରବଳ ବର୍ଷା ହେଉଛି । ବର୍ଷାର ପରିମାଣ ମଧ୍ୟ ବଢୁଛି । ଗୋପାଳପୁରଠାରେ ସର୍ବାଧିକ ୯୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ରାଜଧାନୀରେ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ରାସ୍ତାରେ ପାଣି ଜମି ରହିଛି ।
ସେପଟେ ଫନି ଏବେ ପୁରୀ ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଏହି ବାତ୍ୟା ଘଣ୍ଟା ପ୍ରତି ୧୨ରୁ ୧୪ କିଲୋମିର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.