କମ ବୟସରେ କାହିଁକି ହାର୍ଟ ଆଟାକରେ ହୋଇଥାଏ ମୃତ୍ୟୁ, ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ରିସର୍ଚ୍ଚ

ଆଇସିଏମଆର ସହଯୋଗରେ ଦିଲ୍ଲୀ ଏମ୍ସରେ ଫରେନ୍ସିକ ମେଡିସିନ ବିଭାଗର ଅଧ୍ୟକ୍ଷ ଡାକ୍ତର ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ସନ୍ଧାନ ଆରମ୍ଭ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ ଏହି ଅନୁସନ୍ଧାନ କରିବା ଜରୁରୀ ହୋଇଥିଲା । ଭାଇରାଲ ଭିଡିଓରେ ଯୁବବର୍ଗ ହଠାତ ହୃଦଘାତର ସମ୍ମୁଖୀନ ହେଉଛନ୍ତି ।

(କେନ୍ୟୁଜ ବ୍ୟୁରୋ): କରୋନା ମହାମାରୀ ପରେ ଦେଶର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହାର୍ଟ ଆଟାକର ମାମଲା ଉପରେ ଦିଲ୍ଲୀ ଏମ୍ସରେ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦକୁ ଏ ସମମ୍ବନ୍ଧରେ ନିର୍ଦ୍ଦେଶ ଜାରି କରିଛି । ଆଇସିଏମଆର ସହଯୋଗରେ ଦିଲ୍ଲୀ ଏମ୍ସରେ ଫରେନ୍ସିକ ମେଡିସିନ ବିଭାଗର ଅଧ୍ୟକ୍ଷ ଡାକ୍ତର ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ସନ୍ଧାନ ଆରମ୍ଭ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ ଏହି ଅନୁସନ୍ଧାନ କରିବା ଜରୁରୀ ହୋଇଥିଲା । ଭାଇରାଲ ଭିଡିଓରେ ଯୁବବର୍ଗ ହଠାତ ହୃଦଘାତର ସମ୍ମୁଖୀନ ହେଉଛନ୍ତି ।

ଏହି ମୃତ୍ୟୁର କାରଣ ଜାଣିବା ପାଇଁ ଦିଲ୍ଳୀ ଏମ୍ସରେ ଅଧ୍ୟୟନ ଆରମ୍ଭ ହୋଇଛି । ଡା. ସୁଧୀର ଗୁପ୍ତାଙ୍କ କହିବା ଅନୁସାରେ ମୃତ୍ୟୁ ପଛର କାରଣ ଜାଣିବା ଜରୁରୀ ହୋଇଥିଲା । ୨୦୦ ଲୋକଙ୍କ ଉପରେ ଏହି ଅନୁସନ୍ଧାନ ଆରମ୍ଭ କରାଯାଇଛି । ଏହି ଅନୁସନ୍ଧାନ ଏମ୍ସରେ ହିଁ ହେବ । କରୋନା ମହାମାରୀରେ ଯେଉଁ ବ୍ୟକ୍ତି୪୫ ବର୍ଷରୁ କମ ବୟସରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଓଟୋପ୍ସି ରିପୋର୍ଟ ମଧ୍ୟ ସାମିଲ କରାଯାଇଛି ।

୪୫ ବର୍ଷରୁ କମ ବୟସରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଭର୍ଚ୍ଚୁଆଲ ପୋଷ୍ଟମର୍ଟମ ଏବଂ ପାରମ୍ପରିକ ପୋଷ୍ଟମର୍ଟମ ଦୁଇଟି ଉପାୟରେ ପରୀକ୍ଷଣ କରାଯାଉଛି । ଏଥିପାଇଁ ସିଟି ଏଞ୍ଜିୟୋଗ୍ରାଫି, ଫରେନ୍ସିକ ହିଷ୍ଟୋପାଥୋଲୋଜି ଏବଂ ଫରେନ୍ସିକ ଇମ୍ୟୁନୋ ହିଷ୍ଟୋକେମେଷ୍ଟ୍ରି ଭଳି ଅତ୍ୟାଧୁନିକ ସନ୍ଧାନର ମଧ୍ୟ ସାହାଯ୍ୟ ନିଆଯାଉଛି । ଯେଉଁ ମୃତକଙ୍କ ଅନୁସନ୍ଧାନ କରାଯାଇଛି ସେମାନେ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ଏମ୍ସ ଦିଲ୍ଲୀ ଏହି ସନ୍ଧାନ ଏକ ବର୍ଷ ମଧ୍ୟରେ ପୂରା କରିବ, କିନ୍ତୁ ଏହାର ପ୍ରାଥମିକ ରିପୋର୍ଟ ଖୁବଶୀଘ୍ର ଆଇସିଏମଆରକୁ ହସ୍ତାନ୍ତର କରାଯିବ । ଏହି ସନ୍ଧାନରେ ଏମ୍ସର ଫରେନ୍ସିକ ମେଡିସିନ, ନ୍ୟୁରୋଲୋଜି, କାର୍ଡ଼ୟୋଲୋଜି, ପାଥୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତର ମାନଙ୍କ ଏକ ଟିମ କାର୍ଯ୍ୟ କରୁଛି । ଗତ ମାର୍ଚ୍ଚ ମାସରେ ହିଁ ଏହି ସନ୍ଧାନ ଆରମ୍ଭ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.