କର୍ଣ୍ଣାଟକ: ଉଡ଼ାଣ ସମୟରେ ପ୍ରଶିକ୍ଷଣ ବିମାନର ଜରୁରୀ ଅବତରଣ, ୨ ପାଇଲଟ୍‌ ଆହତ

କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାମ୍ବରା ବିମାନବନ୍ଦର ନିକଟରେ ମଙ୍ଗଳବାର ଏକ ପ୍ରଶିକ୍ଷଣ ବିମାନ ଜରୁରୀକାଳୀନ ଅବତରଣ କରିଛି। ରେଡବର୍ଡ ଆଭିଏସନର ଦୁଇ ସିଟ୍ ବିଶିଷ୍ଟ ଏହି ଟ୍ରେନିଂ ବିମାନ ଜରୁରୀ ଅବତରଣ କରିଥିବାର ସୂଚନା ରହିଛି।

କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାମ୍ବରା ବିମାନବନ୍ଦର ନିକଟରେ ମଙ୍ଗଳବାର ଏକ ପ୍ରଶିକ୍ଷଣ ବିମାନ ଜରୁରୀକାଳୀନ ଅବତରଣ କରିଛି। ରେଡବର୍ଡ ଆଭିଏସନର ଦୁଇ ସିଟ୍ ବିଶିଷ୍ଟ ଏହି ଟ୍ରେନିଂ ବିମାନ ଜରୁରୀ ଅବତରଣ କରିଥିବାର ସୂଚନା ରହିଛି। ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଲ୍ୟାଣ୍ଡିଂ କରାଯାଇଥିଲା।

ଏଥିରେ ବିମାନରେ ଥିବା ଦୁଇ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେମାନଙ୍କୁ ଚିକିତ୍ସା ପାଇଁ ବାୟୁସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ବିମାନର ଜରୁରୀ ଅବତରଣ ନେଇ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। କିଛି ଲୋକ ଫଟୋ ଏବଂ ଭିଡିଓ କରୁଥିବାର ମଧ୍ୟ ଦେଖାଯାଇଥିଲା। ବିମାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.