ମାଲବାହୀ ଟ୍ରେନ ଲାଇନଚ୍ୟୁତ

ପାରାଦୀପ : ପୁଣି ଥରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍। ଏହି ଘଟଣାଟି ଆଜି ସକାଳେ ପାରାଦୀପ ଅଠରବାଙ୍କୀ କଲୋନୀ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକରୁ ଖସି ପଡ଼ିଛି ଟ୍ରେନର ୧୦ଟି ବଗି । ପାରଦୀପ ବନ୍ଦରରେ ଟ୍ରେନଟି କୋଇଲା ଖଲାସ କରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଟ୍ରେନ କର୍ମଚାରୀ ପହଞ୍ଚି ଘଟଣାଟିକୁ ନିୟନ୍ତ୍ରିତ କରୁଛନ୍ତି। ଲାଇନକୁ ଠିକ୍ କରିବା ପର୍ୟ୍ୟନ୍ତ ଅନ୍ୟ ଲାଇନକୁ ଟ୍ରେନ୍ ଗୁଡ଼ିକୁ ଡ଼ାଇଭର୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.