ମିଲେଗି ମିଲେଗି ଗୀତର ରିଲିଜ ହେଲା ଟିଜର

ମୁମ୍ବାଇ : ଅପକମିଙ୍ଗ ଫିଲ୍ମ ‘ସ୍ତ୍ରୀ’ର ‘ମିଲେଗି ମିଲେଗି’ ଗୀତର ଟିଜର ରିଲିଜ ହୋଇଛି। ଗୀତରେ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କୁ ଟ୍ରାଡିସନାଲ ରାଜସ୍ଥାନୀ ପୋଷାକରେ ଦେଖିବାକୁ ମିଳଛି । ଗୀତର ମ୍ୟୁଜିକ କାଫି ହଟକେ ରହିଛି ।ଏଥି ସହ ଦର୍ଶକଙ୍କୁ ବହୁମାତ୍ରାରେ ପସନ୍ଦ ଆସୁଛି ଅପକମିଙ୍ଗ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର । ଫିଲ୍ମରେ  ହରର କମେଡି ଫିଲ୍ମ ହେଉଛି ‘ସ୍ତ୍ରୀ’ ।

ଅଭିନତ୍ରୀ ଶ୍ରଦ୍ଧା ଫିଲ୍ମରେ ଜଣେ ଭୁତୁଣୀ ଚରିତ୍ରରେ ଅଭିନୟ କରିଥିବା ବେଳେ ରାଜ କୁମାର ରାଓ ଲେଡିଜ୍ ଟେଲର ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀରେ ଦେଖିବାକୁ ମିଳିଛି ଚନ୍ଦେରି ସହରରେ । ଯେଉଁଠି ହଠାତ ପୁରୁଷ ମାନେ ଗାୟବ ହେବାକୁ ଆରମ୍ଭ କରନ୍ତି । ଶୁଣିବାକୁ ମିଳେ ଏକ ସ୍ତ୍ରୀର ଅତୃପ୍ତ ଆତ୍ମା ସେହି ସହରରେ ଘୁରି ବୁଲୁଛି ଓ ପୁରୁଷ ମାନଙ୍କୁ ଅଦୃଶ୍ୟ କରିଦେଉଛି । ଟ୍ରେଲରରେ କାଫି ସସପେନ୍ସ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଈଛନ୍ତି ଅମର କୌଶିକ୍ ଓ ପ୍ରଯୋଜନା କରିଛନ୍ତି ଦିନେଶ ଭିଜନ୍ ଓ ରାଜ ଆଣ୍ଡ୍ ଡିକେ । ଅଗଷ୍ଟ ୩୧ରେ ରିଲିଜ ହେବ ଫିଲ୍ମ ସ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.