Below header

କେବଳ ସଂପର୍କ ନୁହଁ ଶରୀର ପାଇଁ ବହୁତ ଭଲ ସାଥିଙ୍କ ଆଲିଙ୍ଗନ

ବିଶ୍ବାସ, ଭଲପାଇବା ସବୁବେଳେ ସଂପର୍କକୂ ସୁଦୃଢ କରିଥାଏ। ତେବେ ସାଥିଙ୍କ ପ୍ରତି ଭଲପାଇବା ଦେଖାଇବାର ସବୁଠାରୁ ଭଲ ଉପାୟ ହେଉଛି ଆଲିଙ୍ଗନ। ନିଜ ସାଥିଙ୍କ ପ୍ରତି ପ୍ରେମ ବଢ଼ାଇବା ସହ କୌଣସି ଝଗଡ଼ା ଶେଷ କରିବାର ସବୁଠାରୁ ଭଲ ଉପାୟ ରହିଥାଏ ଆଲିଙ୍ଗନ। କିନ୍ତୁ ଆପଣ ଜାଣିଛନ୍ତି କି, ଆଲିଙ୍ଗନ ଦ୍ବାରା ଖାଲି ଯେ ସଂପର୍କ ମଜବୁତ ହୋଇଥାଏ ତାହା ନୁହଁ ବରଂ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା ସାଥିଙ୍କୁ ଆଲିଙ୍ଗନ କରିବାର ଫାଇଦା ବିଷୟରେ ।

ଆପଣଙ୍କୁ କିଛି ଜିନିଷ ପାଇଁ ଡ଼ର ବା ଏକୁଟିଆ ଲାଗୁଛି ତେବେ ଆପଣଙ୍କ ସାଥିଙ୍କ ଠାରୁ ମିଳିଥିବା ଗୋଟିଏ ଜାଦୁକି ଝପି ସବୁଜିନିଷର ସମାଧାନ କରିଦେବ। ନିଜ ସାଥିଙ୍କୁ ପ୍ରେମର ସହ ଆଲିଙ୍ଗନ କଲେ ଖୁସି ଅନୁଭୂତ ହୋଇଥାଏ।

ଯେଉଁମାନଙ୍କୁ ରାତିରେ ସଠିକ୍ ଭାବେ ନିଦ ଆସିନଥାଏ ସେମାନଙ୍କ ପାଇଁ ଆଲିଙ୍ଗନ ବହୁତ ଭଲ କାମ କରେ। ତାଙ୍କୁ ନିଜ ସାଥିଙ୍କ ଠାରୁ ଆଲିଙ୍ଗନ ଦେଇଥାଏ ଶାନ୍ତିର ନିଦ। କାରଣ ଆଲିଙ୍ଗନ ସମୟରେ ଶରୀରରେ ଅକ୍ସିଟୋସିନ ନାମକ ହର୍ମୋନ ବାହାରିଥାଏ ଯାହା ଚିନ୍ତା ବଢ଼ାଉଥିବା ହର୍ମୋନ କୋଣ୍ଟିସୋଲ ସହ ଲଢ଼ି ଆପଣଙ୍କୁ ସୁନିଦ୍ରା ଦେଇଥାଏ।

ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ସାଥିଙ୍କୁ ଆଲିଙ୍ଗନ କରିବା ଦ୍ବାରା ଆପଣ ଅନେକ ପ୍ରକାରର ରୋଗରୁ ଦୂରରେ ରହିଥାନ୍ତି। ଏହା ଦ୍ବାରା ଶରୀରରୁ କିଛି ଏପରି ହର୍ମୋନ ନିର୍ଗତ ହୋଇଥାଏ ଯାହା ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ସାଥିଙ୍କୁ ଆଲିଙ୍ଗନ କରିବା ଦ୍ବାରା ଶରୀରରେ ରକ୍ତପ୍ରଭାବ ଭଲ ହୋଇଥାଏ। ଯାହା ଦ୍ବାରା ଅକ୍ସିଜେନର ପ୍ରଭାବ ଭଲ ରହିବା ସହ ହୃଦଜନିତ ସମସ୍ୟା ଦୂର ହୋଇଥାଏ।

ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ଏହା ଦ୍ବାରା ସଂପର୍କ ମଜବୁତ ହେବା ସହ ଅତ୍ମବିଶ୍ବାସ ବଢ଼ିଥାଏ। ଏଥିପାଇଁ ମନରେ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ସାଥିଙ୍କ ପାଇଁ ପ୍ରେମ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.