Below header

କନ୍ଧମାଳ : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଯାତାୟତ ଠପ୍

କନ୍ଧମାଳ: ବାଲିଗୁଡା ଥାନା ପରମପାଙ୍ଗା ନିକଟରୁ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଧକ୍କା ହେବା ଫଳରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇ ବାଲିଗୁଡା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଦୁଇ ଟ୍ରକ ରାସ୍ତା ମଧ୍ୟରେ ରହିଥିବାରୁ ବାଲିଗୁଡା ମୁନିଗୁଡା ରାୟପୁର ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଅନେକ ଗାଡି ମଟର ଘଟଣା ସ୍ଥଳରେ ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.