ଆମେରିକାର ନେବ୍ରାସ୍କୋରେ ଘଟିଥିବା ଏକ ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ମହିଳା ଟିଣ୍ଡର ଜରିଆରେ ଡେଟରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ୧୪ ଖଣ୍ଡ ବିଶିଷ୍ଟ ଶବ ମିଳିଥିଲା। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ କୋର୍ଟରେ ଅଦ୍ଭୁତ ବୟାନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଉଦ୍ଭୟ ପକ୍ଷରୁ ମଞ୍ଜୁରୀ କ୍ରମେ ସମ୍ବୋଗ କରୁଥିବା ସମୟରେ ଦୁର୍ଘଟଣା ହେତୁ ମହିଳାଙ୍କର ମୃତ୍ୟୁ ଘଟିଥିଲା।
ଘଟଣାଟି ନେବ୍ରାସ୍କୋର ଓମାହା ଅଞ୍ଚଳରେ ଘଟିଥିଲା। ଡିସେମ୍ବର ୨୦୧୭ରେ ୨୪ବର୍ଷିୟ ସିଡନୀ ଲୁଫେଙ୍କ ମରଶରୀର ମିଳିଥିଲା। ଟିଣ୍ଡର ଡେଟରେ ଯିବାର ପ୍ରାୟ ଏକ ମାସପରେ ଲୁଫେଙ୍କ ମୃତ୍ୟୁର ଖୁଲାସା ହୋଇଥିଲା। ପୋଲିସ ଏହି ହତ୍ୟାକାଣ୍ଡରେ ୫୨ବର୍ଷିୟ ଓବ୍ରେ ଟ୍ରେଲ ଏବଂ ତାଙ୍କ ପ୍ରେମୀକାଙ୍କୁ ଗିରଫ କରିଥିଲା। ସୋମବାର ଦିନ ହତ୍ୟା ମାମଲାର ଟ୍ରାୟଲ କୋର୍ଟରେ ଘଟଣାର ଖୁଲାସା ହୋଇଛି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ ଟ୍ରେଲଙ୍କୁ ଫାସୀ ଦଣ୍ଡାଦେଷ ଦିଆଯାଇପାରେ।
ନିଶ୍ଚିତ ପଢ଼ନ୍ତୁ: ଏ କି ସନ୍ତାନ ପ୍ରେମ ? ୧୬ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ…
ଅଭିଯୁକ୍ତ ଜଣଙ୍କ କୋର୍ଟରେ ବୟାନ ଦେବାକୁ ଯାଇ କହିଛନ୍ତି, ମୃତକ ମହିଳାଙ୍କ ମଞ୍ଜୁରୀରେ ସମ୍ଭୋଗ କରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ଏପରିକି ଅଭିଯୁକ୍ତ ଜଣଙ୍କ ମୃତକ ମହିଳାଙ୍କ ଶରୀରରେ ରହିଥିବା ବିଭିନ୍ନ ଦାଗ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ତେବେ ଘଟଣା କୋର୍ଟରେ ପହଞ୍ଚିଥିବା ବେଳେ ଏନେଇ ଶୁଣାଣୀ ଚାଲିଛି।