Below header

ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲ୍‌ : ବର୍ଷା ଓଗାଳିଲା ବାଟ, ନ୍ୟୁଜିଲାଣ୍ଡର ସ୍କୋର ୫ ଓ୍ଵିକେଟ୍‌ରେ ୨୧୧ ରନ୍‌; ଜାଣନ୍ତୁ କଣ ହେବ ?

ଲଣ୍ଡନ୍‌ : ମାଞ୍ଚେଷ୍ଟର ଓଲଡ୍‌ ଟ୍ରାଫର୍ଡ଼ରେ ଚାଲିଥିବା ଆଇିସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ । ୪୭ତମ ଓଭରର ପ୍ରଥମ ବଲ୍‌ ପରେ ଦୁଇ ଅମ୍ପାୟାର ଆଲୋଚନା କରି ଖେଳକୁ ବନ୍ଦ ରଖିଛନ୍ତି । ଏହି ସମୟରେ ନ୍ୟୁଜିଲାଣ୍ଡର ସ୍କୋର ଥିଲା ୫ ଓ୍ଵିକେଟ୍‌ରେ ୨୧୧ ରନ୍‌ । ରଜ୍‌ ଟେଲର୍‌ ୮୫ ବଲ୍‌ରେ ୬୭ ରନ୍‌ କରି ଅପରାଜିତ ଥିବା ବେଳେ ଟମ୍‌ ଲାଥମ୍‌ ୩ ରନ୍‌ କରି ଅପରାଜିତ ଅଛନ୍ତି ।
ପୂର୍ବରୁ ଓପ୍ନର ନିକୋଲସ୍‌ ୨୮, ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୬୭ ରନ୍‌ ସ୍କୋର କରିଥିଲେ । ଭାରତ ପକ୍ଷରୁ ବୋଲିଂ କରିଥିବା ପାଞ୍ଚ ଜଣ ଯାକ ବୋଲର୍‌ ଭୁବନେଶ୍ୱର କୁମାର, ବୁମରା, ପାଣ୍ଡ୍ୟା, ଜାଡେଜା ଏବଂ ଚହଲ ସମସ୍ତେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

KOHLI FAN

ଯଦି ବର୍ଷା ଆଉ ଖେଳ କରାଇ ଦିଏ ?

ଯଦି ବର୍ଷା ଯୋଗୁଁ ଆଉ ଖେଳ ନହୋଇ ପାରେ ତେବେ ଆସନ୍ତାକାଲି ଅତିରିକ୍ତ ଦିନରେ ପୁଣିଥରେ ନୂଆ କରି ମ୍ୟାଚ୍‌ ହେବ ନାହିଁ । ଯେଉଁଠାରୁ ବନ୍ଦ ରହିଛି ସେହିଠାରୁ ଖେଳ ହେବ । ଏହା ପରେ ଯଦି ଖେଳ ସମ୍ଭବ ନହୁଏ ତେବେ ଅଧିକ ପଏଣ୍ଟରେ ଥିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ । କୌଣସି କାରଣରୁ ଯଦି ମ୍ୟାଚ୍‌ ଟାଇ ରହେ ତେବେ ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.