ଭାରତରେ ଅନଲାଇନ ପବଜୀରେ ଲାଗିପାରେ ବ୍ୟାନ୍ ?

ନୂଆଦିଲ୍ଲୀ : ଦିଲ୍ଲୀର ଜାତୀୟ ଅକାଲୀ ଦଳର ଅଧ୍ୟକ୍ଷ ପରମଜୀତ ସିଂ ପମ୍ମା କିଛି ଦିନ ପୂର୍ବେ ସରକାରଙ୍କୁ ପବଜୀ ଗେମ୍ ବନ୍ଦ କରିବା ନେଇ ପତ୍ର ଲେଖିଥିଲେ ।ଏବେ ସରକାରଙ୍କ ପକ୍ଷରୁ ଏହାର ଉତ୍ତର ପ୍ରଦାନ କରାଯାଇଛି। ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିବାରୁ ପବଜୀ ଖେଳ ଉପରେ ଭାରତରେ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସଂଙ୍କେତ ମିଳିଛି।

ପମ୍ମାଙ୍କ ନିର୍ଦ୍ଦେଶରେ ଅଭିଭାବକମାନେ ୪ ଜୁନରେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରି ଦୁରସଂଞ୍ଚାର ମନ୍ତ୍ରୀଙ୍କୁ ରବିଶଙ୍କର ପ୍ରସାଦ ଏବଂ ଅନ୍ୟ ମନ୍ତ୍ରାଳୟଙ୍କୁ ଜ୍ଞାପନ କରିଛି। ଏଥିରେ ପବଜୀ ଏବଂ ଫୋରନାଇଟ ଭଳି ଗେମ୍ସ ମାନଙ୍କୁ ପ୍ରତିବନ୍ଧକ ଲଗାଇବାର ଦାବି କରାଯାଇଥିଲା।

ସରକାର ପତ୍ରରେ ଉଲ୍ଲେଖ କରିଛନ୍ତି ପିଲାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିବା ଗେମ୍ସ ମାନଙ୍କ ଉପରେ ମନ୍ତ୍ରାଳୟ କାର‌୍ୟ୍ୟରତ ଅଛି। ଏନେଇ କଠୋର ପଦକ୍ଷେପ ଉଠାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ପବଜୀରେ ବ୍ୟାନ ଲଗାଇବା ପାଇଁ ସୋସିଆଲ ମିଡିଆ ସଂହିତ କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରାଳୟକୁ ପତ୍ର ଲେଖିବା ସହ ଏହି ସମ୍ବନ୍ଧୀୟ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.