ସୁନ୍ଦରଗଡ଼ ସଲମାନ ଖାନର ପ୍ରଶଂସକଙ୍କ ହାତରେ ଫାଟିଲା ବାଣ , ଚିକିତ୍ସା ପାଇଁ ଲୋଡ଼ିଲେ ବାବୁସାନଙ୍କ ସାହାଯ୍ୟ 

ରାୟଗଡ଼ା : କଳାକାରଙ୍କ ଜୀବନ ତାଙ୍କ ଫ୍ୟାନ୍ ବା ପ୍ରଶଂସକଙ୍କ ଉପରେ ର୍ନିଭରଶୀଳ ହୋଇଥାଏ । କଳାକାରଙ୍କ ପାଇଁ ତାଙ୍କ ପ୍ରଶଂସକ ଖୁସି ହୋଇଥିବା ବେଳେ ଅନେକ ସମୟରେ ତାଙ୍କ ପାଇଁ ନିଜ ଜୀବନର ବାଜି ମଧ୍ୟ ଲଗାଇଥାନ୍ତି । ଏଣୁ ରଜ ବଜାରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ  ରିଲିଜ୍ ହୋଇଛି ଓଲିଉଡ଼୍ ଅଭିନେତା ବାବୁସାନଙ୍କ ଅଭିନିତ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର  ରିଲିଜ୍ ଖୁସିରେ ରାୟଗଡ଼ାରେ ବାବୁସାନଙ୍କ ପ୍ରଶଂସକ ସିନେମା ହଲ୍ ସାମ୍ନାରେ ବାଣ ଫୁଟେଇ   ନାଚୁଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।

ସିନେମା ରିଲିଜ୍ ଖୁସିରେ ବାଣ ଫୁଟାଇବା ସମୟରେ ବାଣଟି ତଳେ ଫୁଟିବା ସ୍ଥାନରେ ତାଙ୍କ ହାତରେ ଫୁଟି ଯାଇଛି। ଯାହା ଫଳରେ ଯୁବକ ଜଣଙ୍କ ଗମ୍ଭୀର ଭାବେ ଆହତ ହେବା ସହ ତାଙ୍କ ହାତର ଆଙ୍ଗୁଠି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଘଟଣାଟି ଫେସବୁକ୍ ଲାଇଭ୍ ଜରିଆରେ ସମ୍ନାକୁ  ଆସିଥିବା ବେଳେ ଆହତ ଯୁବକଟିର ପରିଚୟ ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡ଼ିନାହିଁ । ଏବେ ଯୁବକଟିର ଚିକିତ୍ସା ପାଇଁ ବାବୁସାନଙ୍କ ସାହାଯ୍ୟ ଲୋଡ଼ି ଫେସବୁକରେ ବାବୁସାନ ଫ୍ୟାନ୍ ପେଜରେ ପୋଷ୍ଟ କରିଛନ୍ତି ତାଙ୍କ ପରିବାର ସଦସ୍ୟ । ଏଥି ସହ ଫେସବୁକ୍ ରେ ଯୁବକ ଏବଂ ତାଙ୍କ ହାତର ଫଟୋ ଦେଇ ସାହାଯ୍ୟ ପାଇ ମୋବାଇଲ ନମ୍ବର ମଧ୍ୟ  ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.