କୁକୁର ମାନଙ୍କୁ କରାଯାଇପାରିବ ରିମୋଟ ଦ୍ୱାରା କଣ୍ଟ୍ରୋଲ , ବୈଜ୍ଞାନିକ ବନାଇଛନ୍ତି ଏଭଳି ଖାସ ଜ୍ୟାକେଟ

କଣ କେବେ ଆପଣ ଶୁଣିଛନ୍ତି ଯେ କୁକୁର ମାନଙ୍କୁ ମଧ୍ୟ ରିମୋଟ ଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ ? ‘ନାହିଁ’ ନିଶ୍ଚୟ , କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ଅଟେ। ଇସ୍ରାଏଲର ବେନ-ଗୁରିୟନ ବିଶ୍ଵବିଦ୍ୟାଳୟରେ ଏକ ଏଭଳି ଡିଭାଇସ ତିଆରି କରାଯାଇଛି ,ଯାହାଦ୍ୱାରା କୁକୁରମାନଙ୍କୁ ରିମୋଟରେ କଣ୍ଟ୍ରୋଲ କରାଯାଇପାରିବ। ଏହା ଏକ ସାଧାରଣ ଏବଂ ବହୁତ ବଢିଆ ଆବିଷ୍କାର ଅଟେ। ଏହି ଡିଭାଇସର ବିଶେଷତ୍ତ୍ୱ ହେଲା ଏହା ଭାଇବ୍ରେସନ ବା କମ୍ପନ ଜରିଆରେ କୁକୁରମାନଙ୍କୁ ସନ୍ଦେଶ ଦେଇଥାଏ। ଏହି ଡିଭାଇସ ଏକ ଖାସ କିସମର ଜ୍ୟାକେଟ ଅଟେ ଯାହାକୁ କୁକୁରଙ୍କ ପିଠିରେ ବାନ୍ଧି ଦିଆଯାଇଥାଏ। ଏହି ଜ୍ୟାକେଟରେ ଏକ ସେନ୍ସର ଲଗା ହୋଇଥାଏ ଯାହାକି କମ୍ପନ ସୃଷ୍ଟି କରେ। ଏହି କମ୍ପନ କୁକୁର ମାନଙ୍କ ପାଇଁ ଏକ ଭାଷା ଭଳି କାମ କରିଥାଏ ଯାହାଦ୍ୱାରା ସେମାନେ ବୁଝିପାରନ୍ତି କି ତାଙ୍କ ମାଲିକ ତାଙ୍କୁ କଣ କହିବାକୁ ଚାଁହୁଛନ୍ତି।

ଏହି ଡିଭାଇସର ପ୍ରୟୋଗ ପ୍ରଥମେ ତାଇ ନାମକ ଏକ କୁକୁର ଉପରେ କରାଯାଇଛି ଯାହାକି ସଫଳ ମଧ୍ୟ ରହିଛି। ଏହାର ପ୍ରୟୋଗ ଦ୍ୱାରା କୁକୁରଟି ଡିଭାଇସ ଦ୍ୱାରା ପଠାଯାଇଥିବା କମ୍ପନର ଭାଷାକୁ ବହୁତ ଭଲ ଭାବରେ ବୁଝିପାରିଥିଲା। ସୂଚନା ଅନୁଯାୟୀ ତାଇର ବୟଷ ୬ ବର୍ଷ ଅଟେ ଏବଂ ସେ ଲେବ୍ରାଡୋର ଓ ଜର୍ମାନ ରେଫର୍ଡ ର ମିଶ୍ର ପ୍ରଜାତି ଅଟେ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଡିଭାଇସ ଖୋଜିବା ଏବଂ ବଞ୍ଚାଇବା କାର୍ଯ୍ୟ କରିବା ସହିତ ସୈନ୍ୟ ଏବଂ ପୋଲିସର ମିଶନରେ ସାମିଲ ହେଉଥିବା କୁକୁର ମାନଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ଡିଭାଇସ ନିଜ କୁକୁରଠୁ ଦୁରରେ ରହୁଥିବା ଏବଂ ସେମାନଙ୍କ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚାଁହୁଥିବା ଲୋକମାନଙ୍କର ମଧ୍ୟ କାମରେ ଆସିବ।

ଏହି ସ୍ୱତନ୍ତ୍ର ଜ୍ୟାକେଟରେ ଚାରୋଟି ଛୋଟ ଛୋଟ ଭାଇବ୍ରେସନ ବଟନ ଲଗାଯାଇଛି ଏବଂ ପ୍ରତ୍ୟକ ବଟନ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଯେପରି ପାଖକୁ ଆସ,ପଛକୁ ଯାଅ, ଶୋଇ ଯାଅ,ଗୋଲ ଗୋଲ ବୁଲ ଇତ୍ୟାଦି।

Leave A Reply

Your email address will not be published.