କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିଦ୍ୟୁତ ଚାଳିତ ଗାଡି ଉପରୁ କମିଲା ଜିଏସ୍‌ଟି

ଜିଏସ୍‌ଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଦ୍ୟୁତ ଚାଳିତ ଗାଡି ଉପରୁ କମିଲା ଜିଏସ୍‌ଟି । ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗୁଥିବୀବେଳେ ଏବେ ତାହା ୫ ପ୍ରତିଶତକୁ ଖସିଛି । ସେହିପରି ପୂର୍ବରୁ ଇଭି ଚାର୍ଜର ଉପରେ ୧୮ ପ୍ରତିଶତ ପଡୁଥିବାଲା । ଏବେ ତାହା ୫ ପ୍ରତିଶତକୁ କମିଛି। ଅଗଷ୍ଟ ପହିଲାରୁ ଏହି ନୂଆ ଜିଏସଟି ଟିକସ ହାର ଲାଗୁ ହେବ । ସେହିପରି ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ବିଦ୍ୟୁତ ଚାଳିତ ବସ୍‌ ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ହଟିଛି।

ଦେଶରେ ଇ-ହ୍ଵିକେଲକୁ ବଢ଼ାଇବା ପାଇଁ ସରକାର ଜିଏସଟି ହ୍ରାସ କରିବା ପ୍ରସ୍ତାବ ରଖିଥିଲେ। ଇଲେକଟ୍ରିକ ବାହନ ନିର୍ମାତା ମଧ୍ୟ ଜିଏସଟି କମ୍‌ କରିବା ପାଇଁ ଦାବି କରିଥିଲେ। ସରକାର ମଧ୍ୟ ବଜେଟରେ ଘୋଷଣା କରିଥିଲେ ଇ-ବାହନ ଲୋନ ଉପରେ ୧.୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ସୁଧ ସୁଝିବାରେ ଆୟକରରେ ରିହାତିର ଲାଭ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.