Below header

ମିସାଇଲ ମ୍ୟାନଙ୍କ ପାଇଁ ଦିନଟିଏ, ଜାଣନ୍ତୁ କେମିତି ଥିଲା ଏପିଜେ ଅବଦୁଲ କଲାମଙ୍କ ଜୀବନ ଯାତ୍ରା

ଯୁଗପୁରୁଷ, ମହାନାୟକ ତଥା ଭାରତର ମିସାଇଲ ମ୍ୟାନଙ୍କର ଆଜି ହେଉଛି ଶ୍ରାଦ୍ଧ ଜୟନ୍ତୀ । ସାରାଦେଶ ଆଜି ଏହି ମାହାନ ଜନ ନାୟକଙ୍କ ବଳିଦାନକୁ ମନେ ପକାଇ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏହି ଅବସରରେ କଲାମଙ୍କ କିଛି ଅଭୁଲା ସ୍ମ୍‌ତିକୁ ଆଜି ଏହି ପ୍ରସଙ୍ଗରେ ସ୍ଥାନ ଦେଇଛୁ ଯାହା ଅନେକଙ୍କୁ ଅଗୋଚର ଥିବ। ତେବେ କେମିତି ଥିଲା କଲାମଙ୍କ ଜୀବନଶୈଳୀ ତାହା ଆମେ ଏଠାରେ ସଂକ୍ଷେପରେ ଜଣାଇଛୁ

‘ଆମକୁ ହାର ମାନିବାର ନାହିଁ, ଆମକୁ ନିଜ ସମସ୍ୟାରେ ହରାଇବାର ନାହିଁ’। ଏହି ମହାନ ଉକ୍ତିଟି ଥିଲା ମିସାଇଲ ମ୍ୟାନ ଡା. ଏ ପି ଜେ ଅବଦୁଲ କଲାମଙ୍କର। ଜଣେ ବୈଜ୍ଞାନିକ ଓ ଇଂଜିନିୟର ଭାବେ ଡିଆରଡିଓ ଓ ଇସ୍ରୋର ଅନେକ ମହତ୍ବପୁର୍ଣ୍ଣ କାମ କରିସାରିଛନ୍ତି। ତାଙ୍କର ନିଧନ ୨୭ ଜୁଲାଇ ୨୦୧୫ରେ ଶିଲଙ୍ଗର ଏକ କଲେଜରେ ଲେକଚର ଦେବା ସମୟରେ ହୋଇଥିଲା । ସାରାଦେଶ ତାଙ୍କ ଯୋଗଦାନକୁ ସବୁବେଳେ ମନେ ରଖିବ।

ଭାରତର ପୁର୍ବ ରାଷ୍ଟ୍ରପତି କଲାମଙ୍କର ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ବରରେ ହୋଇଥିଲା। କଲାମ ପିଲାଟି ଦିନରୁ ଆତ୍ମନିର୍ଭରଶୀଳ ହୋଇ ଚଳି ଆସୁଥିଲେ। ପିଲାଦିନେ ଦୀପ ସାହାଯ୍ୟରେ ପାଠ ପଢୁଥିଲେ। କାରଣ ତାଙ୍କ ଗାଁକୁ ସେହି ସମୟରେ ବିଦ୍ୟୁତ ସଂଯୋଗ ହୋଇନଥିଲା। ଆଠ ବର୍ଷ ବୟସରେ ସେ ଭୋର ଚାରିଟାରୁ ଉଠି ଗଣିତ ପଢିବା ପାଇଁ ଯାଉଥିଲେ। କାହିଁକିନା ଗଣିତ ପଢାଉଥିବା ଶିକ୍ଷକ ପ୍ରତିବର୍ଷ ପାଞ୍ଚ ଜଣ ଛାତ୍ରଙ୍କୁ ମାଗଣା ଗଣିତ ଶିକ୍ଷା ଦେଉଥିଲେ। ଏହା ପରେ ସେ ନମାଜ ପଢି ରାମେଶ୍ବର ରେଳଷ୍ଟେସନ ଅଭିମୁଖେ ବାହାରିଯାନ୍ତି କଲାମ । ସେଠାରୁ ଖବର କାଗଜ ସଂଗ୍ରହ କରି ରାମେଶ୍ବରର ସହର ଓ ବଜାରରେ ବିକ୍ରୀ କରନ୍ତି। ଏହି ବିକ୍ରୀ ଟଙ୍କାରେ ସେ ସ୍କୁଲର ଖାତା ବହି କିଣନ୍ତି। ଏଭଳି ତାଙ୍କ ପିଲାଦିନ କଟିଥିଲା ଆତ୍ମନିର୍ଭରଶୀଳତାରେ।

୧୯୬୨ରେ ଭାରତୀୟ ମାହାକାଶ ଅନୁସନ୍ଧାନ ସଙ୍ଗଠନରେ ହୋଇଥିଲେ ଡକ୍ଟର

ପଞ୍ଚମ ଶ୍ରେଣୀର ଶିକ୍ଷକ ପାଇଁ ତିଆରି କରିଥିଲେ ଏୟାରସ୍ପେଷ ଟେକ୍ନୋଲୋଜି। ଏହି ଟେକ୍ନୋଲୋଜି ତିଆରି କରିବା ପଛରେ ତାଙ୍କ ପଞ୍ଚମ ଶ୍ରେଣୀର ଶିକ୍ଷକ ସୁବ୍ରମର୍ଣ୍ଣିୟମ ଆୟରଙ୍କ ବିଶେଷ ଭୂମିକା ରହିଛି ବୋଲି କଲାମ କହିଥିଲେ। ଏହା ସହିତ ସେ ଜଣେ ଭଲ ଶିକ୍ଷକ ବୋଲି କଲାମ କହିଥିଲେ। ପଞ୍ଚମ ଶ୍ରେଣୀରେ ଏହି ଶିକ୍ଷକଙ୍କୁ ପକ୍ଷୀମାନେ କିପରି ଉଡୁଛନ୍ତି ବୋଲି ପିଲାମାନଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେହି ଦେଇନପାରିବାରୁ ପରଦିନ ସବୁ ସ୍କୁଲ ପିଲାମାନଙ୍କୁ ଶିକ୍ଷକ ସମୁଦ୍ର କୂଳକୁ ନେଇଥିଲେ। ସେଠାରେ କିଛି ପକ୍ଷୀ ଉଡୁଥିବାର ଓ କିଛି ପକ୍ଷୀ ବସିଥିବାର ଦେଖାଇଥିଲେ। ସେହିଦିନ ଶିକ୍ଷକ ପକ୍ଷୀ ମାନଙ୍କ ଉଡିବା ଶରୀର ଗଠନ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ଶିକ୍ଷକଙ୍କ ଦ୍ବାର ବୁଝାଯାଇଥିବା ପ୍ରତ୍ୟେକଟି କଥା କଲାମଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲାଯେ ଏହା ତାଙ୍କ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବାରେ ପ୍ରେରଣା ଦେଲା। ପରେ ସେ ଉଡାଣ କ୍ଷେତ୍ରରେ ନିଜ ଭବିଷ୍ୟତ କରିବେ ବୋଲି ନିଷ୍ପତ୍ତି ନେଲେ । ଏହା ପରେ ଫିଜିକ୍ସ ପାଠ ପଢି ମାଡ୍ରାସ ଇଂଜିନିୟରିଂ କଲେଜରେ ଏୟାରୋନୋଟିକାଲ ଇଜିଂନିୟରିଙ୍ଗ ପାଠ ପଢିଥିଲେ।

୧୯୬୨ରେ ଇସ୍ରୋରେ ପହଞ୍ଚିଥିଲେ କଲାମ

ଯେତେବେଳେ କଲାମ ଇସ୍ରୋରେ ପ୍ରୋଜେକ୍ଟସ ଡାଇରେକ୍ଟର ଥିଲେ ସେତେବେଳେ ଭାରତ ନିଜର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାରରେ ଉପଗ୍ରହ ପ୍ରଶିକ୍ଷଣ ଯାନ ଏସଏଲବି-୩ ତିଆରି କରିଥିଲା। ଏହା ପରେ ୧୯୮୦ରେ ରୋହିଣି ଉପଗ୍ରହକୁ ପ୍‌ଥିବୀର କକ୍ଷ ନିକଟରେ ପ୍ରେରିତ କରାଯାଇଥିଲା ଓ ଭାରତ ଆନ୍ତଃରାଷ୍ଟ୍ରୀୟ ମାହାକାଶ କ୍ଲବର ସଦସ୍ୟ ହୋଇଯାଇଥିଲା। କଲାମ ଏହାପରେ ସ୍ବଦେଶ ଗାଇଡେଡ୍ ମିସାଇଲର ଡିଜାଇନ କରିଥିଲା। ଏହା ପରେ ସେ ଅଗ୍ନି ଓ ପୃଥ୍ଵୀ ଭଳି ମିସାଇଲ ଭାରତୀୟ ଟେକନିକରେ ତିଆରି କରିଥିଲେ।

ଆହୁରି ପଢନ୍ତୁ:  ୧୮ହଜାର ଫୁଟ ଉଚ୍ଚ, ୫୨୭ ଯବାନ୍ ସହିଦ୍ : ଜାଣନ୍ତୁ କେମିତି କାରଗିଲ୍‌ରେ ଉଡିଥିଲା ତ୍ରିରଙ୍ଗା

୧୯୮୨ରେ କଲାମଙ୍କୁ ଡିଆରଡିଏଲର ଡାଇରେକ୍ଟର କରାଯାଇଥିଲା। ସେତେବେଳେ ତାଙ୍କୁ ଆନ୍ନା ବିଶ୍ବ ବିଦ୍ୟାଳୟରୁ ଡକ୍ଟରେଟ ଉପାଧୀରେ ସମ୍ମାନିତ କରାଯାଇଥିଲା। କଲାମ ସେତେବେଳେ ରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଡା. ବିଏସ ଅରୁଣାଚଲମଙ୍କ ସହିତ ମିଶି ଇଣ୍ଟିଗ୍ରେଟେଡ ଗାଇଡେଡ୍ ମିସାଇଲ ଡେଭେଲୋପମେଣ୍ଟ ପ୍ରୋଗ୍ରାମର ପ୍ରସ୍ତାବ ପ୍ରସ୍ତୁତ କରିଥିଲେ। ଏହା ସହିତ ସ୍ବଦେଶୀ ମିସାଇଲର ବିକାଶ ପାଇଁ କଲାମଙ୍କ ଅଧ୍ୟକ୍ଷତାରେ ଏକ କମିଟି ତିଆରି କରାଯାଇଥିଲା।

ଆହୁରି ପଢନ୍ତୁ: ଆମ୍ବୁଲାନ୍ସ ପୂରଣ କରିବ ରୋଗୀଙ୍କର ଶେଷ ଇଚ୍ଛା, ଆଇସକ୍ରିମ ମଧ୍ୟ ଦିଆଯିବ ଖାଇବାକୁ

୧୯୯୨ ଠାରୁ ୧୯୯୯ ପର୍ଯ୍ୟନ୍ତ କଲାମ ରକ୍ଷାମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶ ଦାତା ଥିଲେ। ସେତେବେଳେ ବାଜପେୟୀ ସରକାର ପୋଖରଣରେ ଦ୍ବିତୀୟ ଥର ପାଇଁ ନ୍ୟୁକ୍ଲିୟର ଟେଷ୍ଟ କରିଥିଲେ ଓ ଭାରତ ପରମାଣୁ ଅସ୍ତ୍ର ତିଆରି କରିଥିବା ଦେଶ ସହ ସାମିଲ ହୋଇଥିଲା। ଏହା ମାଧ୍ୟରେ କଲାମ ଭାରତକୁ ଭିଜନ-୨୦୨୦ ଦେଇଥିଲେ। ଭାରତର ଭିଜନର କ୍ଷେତ୍ରରେ ପ୍ରମୋସନ ମାଧ୍ୟମରେ ୨୦୨୦ ପର୍ଯ୍ୟନ୍ତ ଅତ୍ୟାଧୁନିକ କରିବାର ବିଶେଷ ଭାବନା ଦିଆଯାଇଥିଲା।

ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା

କଲାମଙ୍କୁ ୧୯୮୧ରେ ଭାରତ ସରକାର ପଦ୍ମଭୁଷଣ ଓ ପୁନର୍ବାର ୧୯୯୦ରେ ପଦ୍ମବିଭୂଷଣ ଓ ୧୯୯୭ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। କଲାମ କେବଳ ଦେଶର ଏମିତି ଜଣେ ତୃତୀୟ ରାଷ୍ଟ୍ରପତି ଥିଲେ ଯାହାଙ୍କୁ ଭାରତର ସବୋଚ୍ଚ ପଦରେ ନିଯୁକ୍ତି ପୂର୍ବରୁ ଭାରତ ରତ୍ନ ଦିଆଯାଇଥିଲା। ତାଙ୍କ ପୂର୍ବରୁ ଏହି ସମ୍ମାନ ସର୍ବପଲ୍ଲୀ ରାଧାକ୍‌ଷ୍ଣ ଓ ଜାକିର ହୁସେନଙ୍କଙ୍କୁ ଦିଆଯାଇଥିଲା।

କଲାମଙ୍କ ଶେଷ ସମୟ

୨୭ ଜୁଲାଇ ୨୦୧୫ରେ କଲାମଙ୍କ ନିଧନ ହୋଇଥିଲା। ସେତେବେଳେ ମେଘାଳୟର ଶିଲଙ୍ଗ ଆଇ ଆଇ ଏମରେ ଲେକଚର ଦେବାପାଇଁ କଲାମ ଯାଇଥିଲେ। ଅଧ୍ୟାପନା ଦେବା ସମୟରେ ତାଙ୍କୁ ଛାତି ଯନ୍ତ୍ରଣା ହୋଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ମ୍‌ତ ଘୋଷଣା କରିଥିଲେ ଓ ୮୩ ବର୍ଷ ବୟସରେ କଲାମ ସବୁଦିନ ପାଇଁ ଆଖି ମୁଦି ଦୂନିଆ ଠାରୁ ବିଦାୟ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.