ନବରଙ୍ଗପୁର ସହରରେ ଭାଲୁ ରଚାଉଛି ତାଣ୍ଡବ, ସଂଧ୍ୟା ନହେଉଣୁ ଆତଙ୍କିତ ହୋଇପଡୁଛନ୍ତି ଲୋକେ

ସହରରେ ଭାଲୁ ଆତଙ୍କ । ସଂଧ୍ୟା ନହେଉଣୁ ଆତଙ୍କିତ ହୋଇପଡୁଛନ୍ତି ଲୋକେ । ଭୟରେ ହାତରେ ଠେଙ୍ଗାବାଡ଼ି ଧରି ଜଗି ରହୁଛନ୍ତି । ନବରଙ୍ଗପୁର ମୁନିସିପାଲିଟିର ଏକ ନମ୍ବର ୱାର୍ଡ ଚାମୁରିୟାଗୁଡା ଜମାଲ କଲୋନୀରେ ଭାଲୁ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି ଲୋକେ । ଖାଦ୍ୟପଦାର୍ଥ ଆଶାରେ ଭାଲୁଟି ସଂଧ୍ୟା ହେବା ମାତ୍ରେ ସହର ସାରା ଘୁରିବୁଲୁଛି । ଭାଲୁ ଭୟରେ ସ୍ଥାନୀୟ ଲୋକେ ରାତି ଅନିଦ୍ରା ରହି ପହରା ଦେଉଛନ୍ତି । ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ କର୍ମଚାରୀ ଭାଲୁକୁ ଧରି ପାରିନାହାନ୍ତି । ୧୫ଦିନ ଧରି ୫ଟି ସ୍ଥାନରେ ବନବିଭାଗ ପକ୍ଷରୁ ଜାଲ ପକାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେବେ ଖୁବଶୀଘ୍ର ଟ୍ରାଙ୍କୁଲାଇଜର ଏକ୍ସପର୍ଟଙ୍କ ଦ୍ୱାରା ଏହାକୁ କାବୁ କରାଯିବ ବୋଲି ନବରଙ୍ଗପୁର ଫରେଷ୍ଟ ରେଞ୍ଜର କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.