ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପରେ ଏହି ବ୍ୟକ୍ତି ମାରାଥନ ଦୌଡି ୫୬ ମିନିଟରେ ପୂରା କଲେ ୫ କିମିର ରେସ୍, ସମାଜକୁ ଦେଲେ ଏହି ବାର୍ତ୍ତା
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶରୀରିକ ଅକ୍ଷମତା, ହାର୍ଟଟ୍ରାନ୍ସ ପ୍ଲାଣ୍ଟ ହେଲାପରେ ମଧ୍ୟ ୫୬ ମିନିଟରେ ୫ କିମି ମାରାଥନ ରେସ ପୂରା କଲେ ଗୁଜୁରାଟର ପ୍ରିୟଙ୍କ ଦୀକ୍ଷିତ। ଡାକ୍ତର ତାଙ୍କୁ ସର୍ଜରୀ ପରେ କିଛି ବଡ କାମ କରିବାକୁ ମନା କରିଇଦେଇଥିଲେ। କିନ୍ତୁ ଏହାକୁ ଖାତିର ନକିରି ପ୍ରିୟଙ୍କ ଦୀକ୍ଷିତ ରେସରେ ଭାଗ ନେଇଥିଲେ।
ଆହୁରି ପଢନ୍ତୁ: ଫ୍ରାନ୍ସରୁ ମିଳିଲା ବିଶ୍ଵର ସବୁଠାରୁ ବଡ଼ ଡାଇନୋସରର ଜୀବାଶ୍ମ, ଜଙ୍ଘ ହାଡ଼ର ଲମ୍ବ ଛଅ ଫୁଟ
ପ୍ରିୟଙ୍କ କହିଛନ୍ତି ଏକ ସମୟଥିଲା ଯେତେବେଳେ ତାଙ୍କ ହାର୍ଟ କେବଳ ୨୦ ପ୍ରତିଶତ କାମ କରୁଥିଲା ସେତେବେଳେ ଚାରି ପାଦ ଚାଲିବା ମଧ୍ୟ କଷ୍ଟକର ହୋଇପଡିଥିଲା। ସେତେବେଳେ ଆତ୍ମହତ୍ୟା କରିବା ଭଳି ଭାବନା ପ୍ରିୟଙ୍କଙ୍କ ମନକୁ ଆସୁଥିଲା। କିନ୍ତୁ ଏହି ମାରାଥନକୁ ପୂରା କରିବା ପରେ ସେ ଆତ୍ମବିଶ୍ବାସରେ ଭରିଯାଇଛନ୍ତି ବୋଲି ପ୍ରିୟଙ୍କ କହଛନ୍ତି। ପ୍ରିୟଙ୍କ ଅହମ୍ମଦାବାଦର ଚାନ୍ଦଖେଡାରେ ଏକ ପ୍ରାଇଭେଟ ବ୍ୟାଙ୍କରେ ଜୋନାଲ ଏଚ.ଆର ମୁଖ୍ୟ ଭାବେ ଚାକିର କରନ୍ତି।
ଆହୁରି ପଢନ୍ତୁ: ୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଆଉ ଯବାନ ବର୍ଦ୍ଦିରେ ୭୨ ଗ୍ରାମବାସୀ: ସ୍ବତନ୍ତ୍ର କାଉଡ଼ି ଯାତ୍ରାରେ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ପ୍ରିୟଙ୍କ କହିଛନ୍ତି ୨୦୧୦ରେ ତାଙ୍କୁ ପ୍ରଥମ ଥର ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଲା । ଏହା ପରେ ପ୍ରିୟଙ୍କ ଡାକ୍ତରଙ୍କ ପାଖରେ ପହଞ୍ଚିବା ପରେ ଜଣା ପଡିଥିଲା ତାଙ୍କୁ ସାଇଲେଣ୍ଟ ହାର୍ଟ ଆଟାକ ଆସିଛି। ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖା ଦେବା ପରେ ୨୦୧୨ରେ ଗୁରୁଗାଓଁରେ ଏକ ପ୍ରାଇଭେଟ ଡାକ୍ତରଖାନାରେ ସର୍ଜରୀ କରି ସିଆରଟିଡି ଇମ୍ପ୍ଲାଣ୍ଟ କରାଇଥିଲେ। ଏହା ପରେ ହାର୍ଟ ୧୮ରୁ ୨୦ ପ୍ରତିଶତ କାମ କରିଥିଲା। ପୁଣି ମଇ ୨୦୧୮ରେ ପ୍ରିୟଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ।
ଆହୁରି ପଢନ୍ତୁ: ୨୪ ଘଣ୍ଟାରେ ବୁଲିଲେ ୭ଟି ଦେଶ , ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ଆସିଲା ନାମ
କିଛି ଦିନ ତଳେ ନିଜ ବ୍ୟାଙ୍କର କର୍ମଚାରୀମାନେ ଏକ ମାରାଥନ ଦୌଡ ପ୍ରତିଯୋଗିତା କରିଥିଲେ। ଏଥିରେ ପ୍ରିୟଙ୍କ ନିଜର ଶରୀରିକ ସକ୍ଷମକୁ ପରୀକ୍ଷା କରିବା ଓ ଲୋକଙ୍କୁ ଜାଗରଣ କରିବା ପାଇଁ ମାରାଥନରେ ଭାଗ ନେଇଥିଲେ। ପ୍ରିୟଙ୍କ କହିଛନ୍ତି ତାଙ୍କୁ ଟ୍ରାଭେଲିଙ୍ଗ ଓ ସ୍ପୋର୍ଟସର ଅଧିକ ରୁଚି ଥିଲା। ଫୁଟବଲ ଓ ଟେନିସ ବଲରେ ଜିଲ୍ଲା ସ୍ଥରରେ ଏହା ପୂର୍ବରୁ ଖେଳିସାରିଛନ୍ତି